କରୋନା ରୋଗୀଙ୍କ ପାଇଁ ବରଦାନ ହେବ ଡାଇବେଟିସ୍ ମେଡିସିନ୍

କରୋନା ରୋଗୀଙ୍କ ପାଇଁ ବରଦାନ ହେବ ଡାଇବେଟିସ୍ ମେଡିସିନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ଭଲ କରିବ ଡାଇବେଟିସ୍ ମେଡିସିନ୍ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମେଟଫର୍ମିନ୍ ନାମକ ଏକ ନିର୍ଦ୍ଦିଷ୍ଟ ମଧୁମେହ ଔଷଧ କୋଭିଡ-୧୯ ରୋଗରେ ପୀଡିତ ଲୋକଙ୍କ ଗୁରୁତରତା ହ୍ରାସ କରିପାରିବ । ଯଦି ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିକିତ୍ସା କରାଯାଏ ତେବେ କୋଭିଡ-୧୯ କାରଣରୁ ମୃତ୍ୟୁ ହାର ୫୦% ରୁ କମ୍ କରିପାରେ ଏହି ମେଡ଼ିସିନ୍ ବୋଲି ଅଧ୍ୟୟନରୁ ଜଣାପଡିଛି ।ମିନେସୋଟା ମେଡିକାଲ୍ ସ୍କୁଲ ୟୁନିଭରସିଟିର ଇଣ୍ଟରନାଲ ମେଡିସିନ ଏବଂ ଶିଶୁରୋଗ ବିଭାଗର ସହକାରୀ ପ୍ରଫେସର କାରୋଲିନ୍ ବ୍ରାମାଣ୍ଟେ କହିଛନ୍ତି ଯେ, “ଆମେ କରିଥିବା ପରୀକ୍ଷଣରୁ ଜଣାପଡିଛି ଯେ କୋଭିଡ-୧୯ ରେ ସଂକ୍ରମିତ ହୋଇ ଜରୁରୀକାଳୀନ ଚିକିତ୍ସା ନେବା କିମ୍ବା ହସ୍ପିଟାଲକୁ ଯିବା ପୂର୍ବରୁ ମେଟଫର୍ମିନ୍ ଉପଶମ ଦେଇଥାଏ ।

ଅଧ୍ୟୟନରେ ମେଟଫର୍ମିନ୍, ଲୋ-ଡୋଜ୍ ଫ୍ଲୁଭକ୍ସାମାଇନ୍( low-dose fluvoxamine), ଆଣ୍ଟିଡେପ୍ରେସାଣ୍ଟ ଅଛି କି ନାହିଁ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଥଲା ଯେ ଏହା କରୋନାରେ ପୀଡିତ ରୋଗୀଙ୍କୁ ଗୁରୁତର ହେବାରୁ ବା ଜୀବନହନୀରୁ ରକ୍ଷା କରିଥାଏ। ଏଥିସହ ଯେଉଁ ଗର୍ଭବତୀ ମହିଳା ଏବଂ କୋଭିଡରେ ଫୁସ୍‌ଫୁସ୍ ଆକ୍ରାନ୍ତ ହୋଇଥିବା ରୋଗୀ ମଧ୍ୟ ଏଥିରେ ଚିକିତ୍ସିତ ହୋଇପାରିବେ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟ ଅନୁସାରେ, ଆଇଭର୍ମେକ୍ଟିନ୍ କିମ୍ବା ଲୋ-ଡୋଜ୍ ଫ୍ଲୁଭକ୍ସାମାଇନ୍ ସହିତ ଚିକିତ୍ସାରୁ କୌଣସି ସକରାତ୍ମକ ପ୍ରଭାବ ମିଳିଥିଲା ।ଏହି ଅଧ୍ୟୟନ ଉଭୟ ଟୀକାକରଣ ଏବଂ ଟୀକା ନେଇ ନଥିବା ବ୍ୟକ୍ତିଙ୍କ ସହ ଗର୍ଭବତୀ ମହିଳାଙ୍କୁ ନେଇ କରାଯାଇଥିଲା । ଏଥିରେ ୧୩୨୩ ଲୋକଙ୍କୁ ସାମିଲ କରାଯାଇଥିଲା।ବ୍ରାମାଣ୍ଟେ କହିଛନ୍ତି ଯେ, “କୋଭିଡ ଭ୍ୟାକ୍ସିନ ଅତ୍ୟନ୍ତ ପ୍ରଭାବଶାଳୀ ଜାଣିଥିଲେ ମଧ୍ୟ ଆମେ ଏହି ପରୀକ୍ଷା କରିଥିଲୁ । କାରଣ କେତେକ ନୂଆ ଷ୍ଟ୍ରେନ ସୃଷ୍ଟି ହେଉଛି, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକ୍ସିନ ନାହିଁ । ତେଣୁ ଯଥାଶୀଘ୍ର ଏହାର ବିକଳ୍ପ ବାଛିବାକୁ ଯାଇ ଏହି ରିସର୍ଚ୍ଚ କରାଯାଇଥିଲା ।”

0 Comments

Leave Your Comment

Your email address will not be published. Required fields are marked *

%d bloggers like this: