ଚର୍ଚ୍ଚିତ ଷ୍ଟାରକିଡ୍ ତାଲିକାରେ ଧୋନିଙ୍କ ଲାଡଲୀ, ପାଇଲେ ଏହି ବିଜ୍ଞାପନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ ଚର୍ଚ୍ଚିତ ଷ୍ଟାର୍‌କିଡ୍ ତାଲିକାରେ ଭାରତର ପୂର୍ବତନ କ୍ରିକେଟର୍ ଧୋନୀଙ୍କ ଝିଅ ଜିଭା। ୫ ବର୍ଷୀୟ ଜିଭାଙ୍କର ୧.୮ ମିଲିଅନ୍ ସୋସିଆଲ ମିଡିଆ ଫଲୋଅର୍ସ ଥିବାବେଳେ ନିକଟରେ ସେ ହାତେଇଛନ୍ତି ଏକ ମୋଟା ଅଙ୍କର ବିଜ୍ଞାପନ। ବଢୁଥିବା ପପୁଲାରିଟି ପାଇଁ ଜିଭା ନିଜ ଜୀବନର ପ୍ରଥମ ବିଜ୍ଞାପନ ଓରିଓ ବିସ୍କୁଟ ବ୍ରାଣ୍ଡରୁ ପାଇଛନ୍ତି। ଏଥିରେ ସେ ନିଜ ବାପା ଧୋନୀଙ୍କ ସହ ନଜର ଆସିବେ। ନିକଟରେ ଏ ନେଇ ଖୋଦ ଓରିଓ ବିସ୍କୁଟ୍ କମ୍ପାନୀ ସୋସିଆଲ ମିଡିଆରେ ଜଣାଇଥିଲା। ତେବେ ସେଲିବ୍ରିଟି ନେଟ୍ ୱର୍ଥ ରିପୋର୍ଟ ଅନୁଯାୟୀ, ଧୋନୀ ୧୭୦ ମିଲିଅନ ସମ୍ପତ୍ତିର ଅଧକାରୀ। ଆଇପିଏଲ ଟିମ୍ ଚେନ୍ନାଇ ତାଙ୍କୁ ପ୍ରତିବର୍ଷ ୧୫ କୋଟି ଟଙ୍କା ଫି’ ଦେଇଥାଏ। ସେହିପରି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ବିସିସିଆଇ ନିକଟରୁ ସେ ବାର୍ଷିକ ୫ କୋଟି ଟଙ୍କା ପାଇଆସୁଥିଲେ। ନିୟମିତ ପ୍ରାପ୍ୟ ବ୍ୟତୀତ ଧୋନୀ ଫୁଟବଲ, ହକି ଓ କାର୍ ରେସିଂ ଭଳି କ୍ରୀଡ଼ାରେ ସଂପୃକ୍ତ ଥିବା ସହ ଓପୋ, ଡ୍ରିମ୍ ୧୧, ଖାତାବୁକ୍‌, ପୋକରଷ୍ଟାର୍ସ ଓ ଇଣ୍ଡିଗୋ ପେଣ୍ଟଓ ଭଳି କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଭାବେ ମୋଟା ଅଙ୍କର ଅର୍ଥ ଆୟ କରିଥାନ୍ତି।

%d bloggers like this: