ଉତ୍କଟ ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ: ଆସନ୍ତାକାଲିଠାରୁ ପୁଣି ବନ୍ଦ ହେବ ସମସ୍ତ ସ୍କୁଲ

ଉତ୍କଟ ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ: ଆସନ୍ତାକାଲିଠାରୁ ପୁଣି ବନ୍ଦ ହେବ ସମସ୍ତ ସ୍କୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜଧାନୀ ଦିଲ୍ଲୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଶୁକ୍ରବାରଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ । ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିବ। ଆଜି ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିଓ୍ୱାଲ ସରକାର । ଦୀପାବଳି ପରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରୁ ଦିଲ୍ଲୀର ସ୍କୁଲଗୁଡ଼ିକ ବନ୍ଦ ଥିଲା । କିନ୍ତୁ କିଛି ଦିନ ତଳେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଯାହାକୁ ନେଇ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିକୋର୍ଟଙ୍କ ଜବାବ ତଲବ ପରେ କେକ୍ରିଓ୍ୱାଲ୍‌ ସରକାର ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏକ୍ୟୁଆଇରେ ଦିଲ୍ଲୀର କିଛି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ୬୦୦ ପାର୍‌ କରିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌ କରିଥିଲେ । ଚାକିରିଆ ଲୋକେ ଘରେ ବସି କାମ କରୁଥିବା ବେଳେ ଛୋଟ ପିଲାମାନେ କଣ ପାଇଁ ସ୍କୁଲ ଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତାକାଲିଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରଖିବାକୁ କେଜ୍ରିଓ୍ୱାଲ୍‌ ସରକାର ନିଷ୍ପତ୍ତି ନେଇଛନ୍ତି ।ଏନେଇ କେଜ୍ରିଓ୍ୱାଲ୍‌ ସରକାରରେ ଥିବା ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ନଭେମ୍ବର ୨୯ ତାରିଖରେ ଦିଲ୍ଲୀରେ ପୁଣି ସ୍କୁଲ ଖୋଲିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: