ଦ୍ବିତୀୟଥର ପାଇଁ ଦାନିଶଙ୍କୁ ପୁଲଟିଜର ପୁରସ୍କାର

ଦ୍ବିତୀୟଥର ପାଇଁ ଦାନିଶଙ୍କୁ ପୁଲଟିଜର ପୁରସ୍କାର

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ ସମୟରେ ଚମତ୍କାର ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୩୯ ବର୍ଷୀୟ ଦାନିଶ ରଏଟର୍ସରେ ଭାରତ ପ୍ରତିନିଧି ଥିଲେ ।

ତାଙ୍କ ବ୍ୟତୀତ ଅଦନାନ ଅବିଦି, ସାନ୍ନା ଇଶ୍ରଦ ମାତୋ ଓ ଅମିତ ଦେବଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୮ରେ ମଧ୍ୟ ଦାନିଶ ପୁରସ୍କୃତ ହୋଇଥିଲେ ।୨୦୨୧ରେ ଆଫଗାନିସ୍ତାନର ବୋଲଡକ ଜିଲ୍ଲାରେ ସେନା ସହ ଯାଇ ରିପୋର୍ଟିଂ କରୁଥିବା ବେଳେ ତାଲିବାନଙ୍କ ଗୁଳିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏଥିନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜାମିଆ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ପରେ ସେ ଏଜେକେ ଏମସିଆରସିରେ ଯୋଗ୍ୟତା ଅର୍ଜନ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: