ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ଆଶା ପାରେଖ

ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ଆଶା ପାରେଖ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓ୍ଵାର୍ଡ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଶାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଆଶା ପାରେଖଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ତାଙ୍କ ପାଖକୁ।୧୯୯୨ରେ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।

୧୯୫୦-୧୯୭୩ ବର୍ଷ ପର୍ଯ୍ୟନ୍ତ ଏକ ଲମ୍ବା ସମୟ ସେ ହିନ୍ଦୀ ସିନେମାକୁ ଦେଇଥିଲେ। ୭୯ ବର୍ଷୀୟ ଆଶା ପାରେଖ ୬୦-୭୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । ଆଶାଜୀ ୯୫ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ହିଟ୍ ଥିଲା। ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଶା । ଏହାପୂର୍ବରୁ ୨୦୧୯ ବର୍ଷ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ତେବେ କରୋନା ପାଇଁ ଏହି ପୁରସ୍କାର କାହାକୁ ଦିଆ ଯାଇନଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: