ସମ୍ଭାଳି ପାରିଲେନି ଦେହର ଭୋକ

ସମ୍ଭାଳି ପାରିଲେନି ଦେହର ଭୋକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିକଟରେ ପାକିସ୍ତାନର କରାଚିରୁ ଇସଲାମବାଦ ଉଡାଣ ଭରିଥିବା ଏକ ଯାତ୍ରୀବାହୀ ବିମାନରେ ଯାଉଥିବା ଦମ୍ପତି କିଛି ଏପରି କରିଥିଲେ ଯେ ଯାହାକୁ ଦେଖି ସମସ୍ତେ ତାଜୁବ୍ ହୋଇଯାଇଥିଲେ। ବାସ୍ତବରେ, ବିମାନରେ ଯାଉଥିବା ଦମ୍ପତି ପ୍ରେମରେ ଏତେ ବୁଡ଼ି ଯାଇଥିଲେ ଯେ ସେମାନେ ବିମାନ ଭିତରେ ସମସ୍ତଙ୍କ ଆଗରେ ପରସ୍ପରକୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ଏହା ଦେଖି ବିମାନ ଭିତରେ ବସିଥିବା ଅନ୍ୟ ଯାତ୍ରୀମାନେ ଅତ୍ୟଧିକ ରାଗିଯାଇଥିଲେ ଏବଂ ସେମାନେ ଏହାକୁ ଦୃଢ଼ ବିରୋଧ କରିବାକୁ ଲାଗିଥିଲେ। ଯେତେବେଳେ ସେଠାରେ ବହୁତ ଉତ୍ତେଜନା ଦେଖାଦେଇଥିଲା ଏବଂ ପରିସ୍ଥିତି ଏପରି ହୋଇଥିଲା ଯେ ଏୟାର ହୋଷ୍ଟେଜଙ୍କୁ ଡାକିବାକୁ ପଡ଼ିଥିଲା, ସେ ସେମାନଙ୍କୁ ଏକ କମ୍ବଳରେ ଢାଙ୍କି ଦେଇଥିଲେ।
ଖବର ଅନୁଯାୟୀ ପାକିସ୍ତାନର ଏକ ଦମ୍ପତି ଘରୋଇ ବିମାନ ଉଡ଼ାଣ ସମୟରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଛି। ଏହି ଘଟଣା ୨୦ ମଇରେ କରାଚିରୁ ଇସଲାମାବାଦ ଅଭିମୁଖେ ଯାତ୍ରାକରୁଥିବା PA-200 ବିମାନରେ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦମ୍ପତି ପ୍ରଥମରୁ ଚତୁର୍ଥ ଧାଡିରେ ବସି ପରସ୍ପରକୁ ସର୍ବସାଧାରଣରେ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ଏହା ପରେ ସେଠାରେ ବସିଥିବା ଅନ୍ୟ ଯାତ୍ରୀମାନେ ହଙ୍ଗାମା ସୃଷ୍ଟି କରିଥିଲେ। ଯାତ୍ରୀମାନଙ୍କ ପରଣ ପରେ ମଧ୍ୟ ଦମ୍ପତି ଶୁଣି ନଥିବା ବେଳେ ସେମାନଙ୍କୁ ଅଶ୍ଳୀଳ କାର୍ଯ୍ୟକଳାପରୁ ନିବୃତ୍ତ କରିବାକୁ ଏୟାର ହୋଷ୍ଟେଜଙ୍କୁ ଅନୁରୋଧ କରିଥିଲେ। ଦମ୍ପତି ଏୟାର ହୋଷ୍ଟେଜଙ୍କ ଅନୁରୋଧ ପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ। ବିମାନ ଭିତରେ ଅନ୍ୟ ଯାତ୍ରୀଙ୍କ ଉତ୍ତେଜନା ଓ ଏୟାର ହୋଷ୍ଟେଜଙ୍କ ସମସ୍ତ ପ୍ରୟାସ ବିଫଳ ହେବା ପରେ ଏହି ଦମ୍ପତିଙ୍କୁ ସେ ଏକ କମ୍ବଳ ଢାଙ୍କି ଦେଇଥିଲେ।
ଯାତ୍ରୀମାନେ କହିଥିଲେ ଯେ ସେମାନେ ମଧ୍ୟ ଏହି ଦମ୍ପତିଙ୍କୁ ସର୍ବସାଧାରଣରେ ଏପରି କରିବାକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କ କଥା ଶୁଣିବା ପରେ ଦୁହେଁ ରାଗିଯିବା ସହ କହିଥିଲେ, ଆପଣ କିଏ, ଆମକୁ କହିବାକୁ ? ତେବେ ସେହି ବିମାନରେ ଯାତ୍ରା କରୁଥିବା ଆଡଭୋକେଟ୍ ବିଲାଲ ଫାରୁକ୍ ଅଲଭି କହିଛନ୍ତି ଯେ ସେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣରେ ଅଭିଯୋଗ କରିଛନ୍ତି। ଏହି ଦମ୍ପତିଙ୍କୁ ଅଟକାଇବା ପାଇଁ ବିମାନ ସେବା କୌଣସି ପଦକ୍ଷେପ ନେଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିମାନ ସଂସ୍ଥା ପକ୍ଷରୁ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ଘଟଣାଟି ଭାଇରାଲ ହେବା ପରେ ପାକିସ୍ତାନୀ ସୋସିଆଲ ମିଡିଆରେ ବହୁତ କ୍ରୋଧ ଓ ବିରୋଧାଭାଷ ଦେଖିବାକୁ ମିଳିଛି। ଲୋକମାନେ ଅତ୍ୟନ୍ତ ଖରାପ ମନ୍ତବ୍ୟ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: