କରୋନା ଭାଇରସ୍ ନୂତନ ଷ୍ଟ୍ରେନର ନୂଆ ଲକ୍ଷଣ, ଜାଣନ୍ତୁ କଣ ?

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେପଟେ କରୋନାର ନୂଆ ଲକ୍ଷଣକୁ ନେଇ ଆତଙ୍କ ଖେଳିଯାଇଛି । କରୋନା ନୂଆ ଷ୍ଟ୍ରେନ୍ ସିଧାସଳଖ ଗଳା, ଫୁସଫୁସ୍ ଏବଂ ମସ୍ତିସଂକ୍ ଉପରେ ପ୍ରଭାବ ପକାଉଥିବାର ଜଣା ପଡ଼ିଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ଝାଡ଼ା, ବାନ୍ତି, ଅସ୍ଥିରତା ଓ ପେଟ ଯନ୍ତଣା ହେଉଥିବାର ଦେଖିବାକୁ ମିଳୁଛି।

ଦିଲ୍ଲୀର ୨ଟି ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ଠାରେ ପେଟରେ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ନୂତନ କରୋନା ଷ୍ଟ୍ରେନ୍ ଆକ୍ରାନ୍ତଙ୍କୁ ଭିନ୍ନ ଭିନ୍ନ ଉପାୟରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ଦିଲ୍ଲୀରେ ପ୍ରାୟ ୬.୫୦ ଲକ୍ଷ କରୋନା ମାମଲା ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିଂକାଶ ଆକ୍ରାନ୍ତ ଜ୍ବର, ଶ୍ବାସ ନେବାରେ ଅସୁବିଧା, ଶୁଖିଲା କାଶ ଭଳି ଲକ୍ଷଣ ଦେଖିବାକୁ ମିଳିଛି ।

ସେହିଭଳି ଗନ୍ଧ ଓ ସ୍ବାଦ ଅନୁଭବ ନକରିବାରେ ମଧ୍ୟ ନୂତନ କରୋନା ଷ୍ଟ୍ରେନର ପ୍ରଭାବ ପକାଇଛି। ରାଜୀବ ଗାନ୍ଧି ସୁପରସ୍ପେଶାଲିଟି ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ, ଆକ୍ରାନ୍ତଙ୍କ ଅସ୍ଥିର ହୋଇପଡୁଥିବା ବେଳେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି।ଏମାନଙ୍କ ମଧ୍ୟରୁ ଅଧଂକାଶ ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏଠାରେ କହିରଖୁଛୁ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩, ୪୭୬ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୭ ଲକ୍ଷ ୮୭ ହଜାର ୫୩୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୩ ଲକ୍ଷ ୯୫ ହଜାର ୧୯୨ଟି ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁକୁ ମିଶାଇ ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୬୯୨କୁ ବୃଦ୍ଧି ପାଇଛି।

%d bloggers like this: