ଦେଶରେ କମୁଛି କୋରୋନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ କମିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ। ଏବେ ଦିନକୁ ୫୦ ହଜାରରୁ କମ୍ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୧ ହଜାର ଶହେ ଜଣ ସଂକ୍ରମିତ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯କୁ ବୃଦ୍ଧି ପାଇଛି ।
ସେହିପରି ଦୈନିକ ମୃତ୍ୟୁ ସଂଖା ଆଂଶିକ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କୋରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ ଛୁଇଁଛି ।

%d bloggers like this: