ସ୍କୁଲ ପିଲା ପଢ଼ିବେ କରୋନା ପାଠ

ସ୍କୁଲ ପିଲା ପଢ଼ିବେ କରୋନା ପାଠ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସ୍କୁଲ ପିଲା ପଢ଼ିବେ କରୋନା ପାଠ। ପାଠ୍ୟପୁସ୍ତକରେ ଯୋଡ଼ି ହେବ କରୋନା କଥା। ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପଢ଼ିବେ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ। ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ କୋଭିଡ୍‌- ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଏହାକୁ ମିଶାଇ ଦଶମ ପିଲାଙ୍କ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି ।ସଂସ୍କୃତ ବହିର ବିଷୟ ବସ୍ତୁରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଥିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: