ରିଲିଜ ଆଗରୁ ଅଡ଼ୁଆରେ ରଣବୀରଙ୍କ ଫିଲ୍ମ

ରିଲିଜ ଆଗରୁ ଅଡ଼ୁଆରେ ରଣବୀରଙ୍କ ଫିଲ୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଇନ ଜାଲରେ ଫସିଛି ଫିଲ୍ମ ‘ଜୟେଶଭାଇ ଜୋରଦାର’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ହେଁ ସେଥିରେ ଦେଖାଯାଇଥିବା କିଛି ଦୃଶ୍ୟକୁ ନେଇ ବିବାଦ ଉପୁଜିଛି। ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷାକୁ ନେଇ ବିବାଦ ଦେଖାଦେଇଛି। ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି।

ଫିଲ୍ମରେ ଅଭିନେତା ରଣବୀର ସିଂହ ଜୟେଶଭାଇ ପଟେଲ ଚରିତ୍ରରେ ନଜର ଆସିବେ। ଏଥିରେ ସେ ଜଣେ ଗୁଜରାଟୀ ବ୍ୟକ୍ତିଙ୍କ ଭୂମିକାରେ ଅଭନୟ କରିବେ। ଯାହାଙ୍କ ବିବାହ ମୁଦ୍ରା ପଟେଲ(ଶାଲିନୀ ପାଣ୍ଡେ)ଙ୍କ ସହ ହୁଏ। ବିବାହ ପରେ ସେ ନିଜ ଗର୍ଭସ୍ଥ ଶିଶୁର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରନ୍ତି। ଲିଙ୍ଗ ପରୀକ୍ଷା ପରେ କନ୍ୟା ସନ୍ତାନ ଥିବା ଜଣାପଡିବା ପରେ ଜୟେଶଭାଇଙ୍କ ପରିବାରଲୋକେ ଉକ୍ତ ଶିଶୁକୁ ମାରିବା ପାଇଁ ଚେଷ୍ଟା କରନ୍ତି। ଏହି ଦୃଶ୍ୟକୁ ନେଇ ହିଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଙ୍ଗି ଏବଂ ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: