କଲେଜ କ୍ୟାମ୍ପସ୍ ଖୋଲିବାରେ ହେବ ବିଳମ୍ୱ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍କୁଲ ପରେ ଏବେ କଲେଜ କ୍ୟାମ୍ପସ ମଧ୍ୟ ବିଳମ୍ବରେ ଖୋଲିବ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ତେଣୁ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ନ ରହି ପାଠପଢାରେ ଧ୍ୟାନ ଦେବାକୁ ସେ କହିଛନ୍ତି। ଏହାସହ ରିସର୍ଚ୍ଚ ସ୍କଲାରଙ୍କ ପାଇଁ କ୍ୟାମ୍ପସ ଖୋଲିବା ନେଇ ଗାଇଡଲାଇନ ଅନୁସାରେ ବ୍ୟବସ୍ଥା ହେବ ବୋଲି କହିଛନ୍ତି। ଟେକ୍ସ୍ଟ ବହି ଓ ଅନ୍ୟାନ୍ୟ ବହି ପଢ଼ିବା ସହ ସମୟ ନଷ୍ଟ ନକରିବାକୁ ବାଣି ଶୁଣାଇଛନ୍ତି ମନ୍ତ୍ରୀ। ସେପଟେ ବର୍ତ୍ତମାନ ସମୟରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିଲେ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷା। ଅନ୍ୟପଟେ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅଣଦେଖା କରୁଥିବା କହିଛନ୍ତି ଶିକ୍ଷାବିତ୍। ଏତେ ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଅନଲାଇନ ପାଠପଢ଼ା ସୁଦୃଢ଼ କରାଯାଇପାରିନାହିଁ, ତେଣୁ ଛାତ୍ରଛାତ୍ରୀମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। କିପରି ପାଠପଢ଼ା ସଠିକ ଭାବେ ପହଞ୍ଚିପାରିବ ସେଦିଗରେ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ସେ କହିଛନ୍ତି।

%d bloggers like this: