ଟିକେଟ୍‌ ଦେଲାନି କଂଗ୍ରେସ, ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ ମନୋହର ସିଂହ

ଟିକେଟ୍‌ ଦେଲାନି କଂଗ୍ରେସ, ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ ମନୋହର ସିଂହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଜାବରେ ଆସନ୍ତା ମାସରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଦଳଗୁଡ଼ିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ ଏହା ପୂର୍ବରୁ ସେଠାରେ ଶାସନାଧୀନ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି। କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ଦଳ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । କଂଗ୍ରେସ ଟିକେଟ୍‌ ଦେବାକୁ ସଫା ସଫା ମନାକରି ଦେବାପରେ ସ୍ବାଧୀନ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ଭାଇ ।ପଞ୍ଜାବର ବସ୍ତୀ ପଠାନା ବିଧାନସଭା କ୍ଷେତ୍ରରୁ ମନୋହର ସିଂହ ସ୍ବାଧୀନ ଭାବେ ନିର୍ବାନ ଲଢିବା ନେଇ ଆଜି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଶନିବାର ପଞ୍ଜାବ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ଏହି ଲିଷ୍ଟରେ ଚନ୍ନିଙ୍କ ଭାଇଙ୍କ ନାଁ ନଥିଲା । ତେବେ ଟିକେଟ୍‌ ଦେବାକୁ ମନା କରିବାକୁ ବିଦ୍ରୋହ କରି ମନୋହର ସିଂହ ଏଭଳି ନିଷ୍ପତ୍ତି ନେଇଛନ୍ତି ।ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସ ପକ୍ଷରୁ ‘ଏକ ପରିବାର ଏକ ଟିକେଟ୍’ ନିୟମ ଲାଗୁ କରାଯାଇଛି । ଏହି ଆଧାରରେ ମନୋହର ସିଂହଙ୍କୁ ଟିକେଟ୍‌ ଦେଇନାହିଁ ଦଳ । କିନ୍ତୁ ଏ ନେଇ ସିଏମ୍‌ ଚନ୍ନି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: