ପରପାରିରେ ବିଶିଷ୍ଟ ସିନେ ସମ୍ପାଦକ ରବିଶଙ୍କର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ନିଧନ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଥିଲେ ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ। ‘ଦଣ୍ଡା ବାଳୁଙ୍ଗା’ ଓ ‘ଯାହାକୁ ରଖିବେ ଅନନ୍ତ’, ‘ସୁନା ଚଢ଼େଇ’ ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରର ସଂପାଦନା ଦାୟିତ୍ୱ ତୁଲାଇଥିଲେ। ‘ଦ୍ୱିବିଧା’, ‘ଚଲତେ ଚଲତେ’, ‘ଆପ୍ କି ଖାତିର’, ‘କିସମତ୍’ ଭଳି ହିନ୍ଦୀ ଚଳଚ୍ଚିତ୍ରର ମଧ୍ୟ ସମ୍ପାଦନା କରିଥିଲେ। ୧୯୭୭ ମସିହାରେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ‘ଅଭିମାନ’ରୁ ରବିଶଙ୍କର ସମ୍ପାଦନା ଆରମ୍ଭ କରିଥିଲେ । ସେହିପରି ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ। ରବି ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *