ଘରେ ପ୍ରସ୍ତୁତ କରନ୍ତୁ ଚୁନାମାଛ ପତ୍ର ପୋଡ଼ା

ଘରେ ପ୍ରସ୍ତୁତ କରନ୍ତୁ ଚୁନାମାଛ ପତ୍ର ପୋଡ଼ା

ପ୍ରିଜମ ନ୍ୟୁଜ ବ୍ୟୁରୋ ଚୁନାମାଛ ବା ବିଲ ମାଛ ଭାରି ସୁଆଦିଆ ହୋଇଥାଏ। ଏହାସହ ଏହି ଛୋଟ ମାଛ ଶରୀର ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇଥାଏ। ଚୁନାମାଛ ବେସର, ପତୁଆ, ପୋଇ ମାଛ ରାଇ ବେଶ ସ୍ଵାଦିଷ୍ଟ ହୋଇଥାଏ। ଏହାଛଡା ଚୁନମାଛ ପତ୍ରପୋଡା ଅଧିକ ସୁଆଦିଆ ହୋଇଥାଏ। ବର୍ଷା ଦିନେ ଚୁନାମାଛ ଟିକେ ସସ୍ତରେ ମିଳିଥିବାରୁ ପତ୍ର ପୋଡ଼ା ପାଇଁ ବେଶ ଉପଯୁକ୍ତ ସମୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କିପରି କରିବେ ଚୁନମାଛ ପତ୍ର ପୋଡ଼ା।

ଆବଶ୍ୟକ ସାମଗ୍ରୀ:ଚୁନାମାଛ-୪୦୦ ଗ୍ରାମ, ରସୁଣ, ସୋରିଷ,ଲଙ୍କା,ପିଆଜ, ଜିରା, ହଳଦୀ,ଲୁଣ, ମସଲା ଗୁଣ୍ଡ, ସୋରିଷ ତେଲ, କଦଳୀ ପତ୍ର, ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚୁନାମାଛକୁ ବାଛି ଭଲଭାବେ ଧୋଇ ରଖନ୍ତୁ। ଏବେ ଜିରା, ସୋରିଷ, ଲଙ୍କା, ପିଆଜ ରସୁଣ ମିଶାଇ ବାଟି ମସଲା ପ୍ରସ୍ତୁତ କରନ୍ତୁ। ସେହି ମସଲାକୁ ମାଛ ଦେହରେ ମିଶାନ୍ତୁ ଓ ସେଥିରେ ସୋରିଷ ତେଲ, ହଳଦୀ, ଲୁଣ, ମସଲା ଗୁଣ୍ଡ ପକାଇ ଭଲଭାବେ ଗୋଲେଇ ଦିଅନ୍ତୁ। ଏବେ କଦଳୀ ପତ୍ର ୩ ପରସ୍ତ କରି ସେଥିରେ ସେହି ମାଛକୁ ରଖି ଭଲଭାବେ ଗୁଡେ଼ଇ ଦିଅନ୍ତୁ। ଏବଂ ତାହାକୁ ହାଲୁକା ଭାବେ ବାନ୍ଧି ମଧ୍ୟମ ଆଞ୍ଚ ଥିବା ଅଙ୍ଗାର ନିଆଁରେ ପୋଡନ୍ତୁ। ୧୦-୧୫ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଚୁନା ମାଛ ପତ୍ର ପୋଡ଼ା। ଏହାକୁ ଭାତ, ରୁଟିରେ ଖାଇ ହେବ। ଏବଂ ଏଥିରେ କମ ତେଲ ମସଲା ବ୍ୟବହାର ହେଉଥିବାରୁ ସବୁବର୍ଗର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକର ହୋଇଥିଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: