ରିଲଜ୍ ହେଲା ‘ଗଡଫାଦର’, ଟ୍ରେଡିଂ କରୁଛି  ‘ବସ ଇଜ୍ ବ୍ୟାକ୍’

ରିଲଜ୍ ହେଲା ‘ଗଡଫାଦର’, ଟ୍ରେଡିଂ କରୁଛି ‘ବସ ଇଜ୍ ବ୍ୟାକ୍’

ପ୍ରିଜମ ନ୍ୟୁଜ ବ୍ୟୁରୋ:ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ଆଜି ରିଲଜ୍ ହୋଇଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବଡ ପରଦାରେ ଅଭିନେତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶେଷରେ, ଅକ୍ଟୋବର ୫ରେ ଅର୍ଥାତ୍ ଆଜି ଦଶହରା ଅବସରରେ ଫିଲ୍ମଟିକୁ ରିଲିଜ୍ କରାଯାଇଛି । ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବା ପାଇଁ ଲୋକମାନେ ପ୍ରେକ୍ଷାଳୟରେ ପହଞ୍ଚିଛନ୍ତି । ତେବେ ଫିଲ୍ମଟି ରିଲିଜ୍ ହେବା ପରେ ‘ବସ ଇଜ୍ ବ୍ୟାକ୍’ ଟ୍ରେଣ୍ଡ କରୁଛି। ଜଣେ ଉପଭୋକ୍ତା ଲେଖିଛନ୍ତି ‘ବସ ଇଜ୍ ବ୍ୟାକ ୱିଥ ଗଡ ଫାଦର୍’। ମେଗାଷ୍ଟାର ଚିରଞ୍ଜିବୀଙ୍କ ପ୍ରଶଂସକଙ୍କ ପାଇଁ ଏହା କୌଣସି ଉପହାରଠାରୁ କମ ନୁହେଁ। ଫିଲ୍ମ୍ ରେ ଚିରଞ୍ଜିବୀଙ୍କ ଏକ ଆଲଗାପ୍ରକାର ସ୍ୱାଗା ରେ ଦେଖିବାକୁ ମିଳିଛି । ଏହା ଏକ ପଲିଟିକାଲ ଆକ୍ସନ ଫିଲ୍ମ ହୋଇଥିବା ବେଳେ। ଏଥିରେ ଚିରଞ୍ଜିବୀ ଓ ସକମାନଙ୍କ ଯୋଡିକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ। ଏଥିରେ ସଲମାନଙ୍କ କେମିଓକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ନୟନତାର ଓ ଅନ୍ୟ କଳାକାର ଦମଦାର ଅଭିନୟ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସ୍ ରେ ମଧ୍ୟ ଭଲ କଲେକ୍ସନ କରୁଥିବାର ଜଣା ପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: