ଜେଇଇ ଆଡଭାନ୍ସଡ୍‌ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଜେଇଇ ଆଡଭାନ୍ସଡ୍‌ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଜେଇଇ ଆଡଭାନ୍ସଡ୍‌ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ଦିବ୍ୟାଂଶୁ ମାଲୁ ଓ ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ତାଙ୍କ ଭାଇ ଦୀପ୍ତାଂଶୁ ମାଲୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।ଏଥିସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିଚଳିତ ବର୍ଷ ଜେଇଇ ଆଡଭାନ୍ସଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦିବ୍ୟାଂଶ ଏବଂ ତାଙ୍କ ଭାଇ ଦିପ୍ତ୍ୟାଂଶ ମାଲ ସୋମବାର ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର କରିଥିଲେ। ଉଭୟ କିଟ୍ ଇଣ୍ଟର ନ୍ୟାସନାଲ୍ ସ୍କୁଲ ଛାତ୍ର ହୋଇଥିବାବେଳେ ଦିବ୍ୟାଂଶୁ ସର୍ବଭାରତୀୟ ସ୍ତରରେ ୧୧ତମ ଏବଂ ଦିପ୍ତ୍ୟାଂଶ ୨୨୮ତମ ରାଙ୍କ ହାସଲ କରିଛନ୍ତି। ଉଭୟ ଆଇଆଇଟିରେ ପଢ଼ିବା ପାଇଁ ସୁଯୋଗ ହାସଲ କରିଥିବାବେଳେ ମୂଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ତେବେ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ଉଭୟଙ୍କ ପିତା ଚନ୍ଦନ ମାଲୁ, ମାତା ସ୍ୱାତୀ ମାଲୁ ଓ ସ୍କୁଲର ଅଧକ୍ଷ ଡ. ସଞ୍ଜୟ ସଆର ଉପସ୍ଥିତ ଥିଲେ।

ଦିବ୍ୟାଂଶୁ ଓ ଦୀପ୍ତାଂଶୁ କହିଛନ୍ତି ଯେ କଠିନ ପରିଶ୍ରମ ଯୋଗୁଁ ଆଜି ଏଭଳି ସଫଳତା ମିଳିଛି। ୮ମ ଶ୍ରେଣୀରେ ପଢ଼ିବା ଦିନରୁ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିଲୁ। ଯେଉଁଥିପାଇଁ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲୁ। ସମୟର ସଦ୍‌ବିନିଯୋଗ କିଭଳି ହୋଇପାରିବ ସେଥିପାଇଁ ପାଠପଢ଼ାର ରୁଟିନ୍‌ ପ୍ରସ୍ତୁତ କରୁଥିଲୁ। ବି‌ଶେଷକରି ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସ୍କୁଲ ପାଠପଢ଼ା ସହ କୋଚିଂକୁ ପ୍ରାଥମିକତା ଦେଉଥିଲୁ। ଯେତେବେଳେ ବି ପଢ଼ୁଥିଲୁ ଭଲ ଭାବେ ଓ ଗୁରୁତ୍ବର ସହ ଶିକ୍ଷା ଗ୍ରହଣ କରୁଥିଲୁ। ଜେଇଇ ମେନ୍‌ରେ ସଫଳତା ମିଳିବା ପରେ ଆଡଭାନ୍ସଡ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ। ଅନ୍ୟମାନଙ୍କଠାରୁ ଦୂରେଇ ରହିଥିଲୁ। ବାପା, ମା’ଙ୍କ ଆଶୀର୍ବାଦ ପାଇଁ ଆଜି ଏଭଳି ସଫଳତା ମିଳିଛି। କୋଭିଡ୍‌ ପରି ସମୟରେ ଜେଇଇ ଲାଗି ପ୍ରସ୍ତୁତ ହେବା ବହୁତ କଷ୍ଟକର ଥିଲା ବୋଲି ସେମାନେ ମତପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: