ଶୀତରେ ଘରେ ବନାନ୍ତୁ ପାଳଙ୍ଗ ଚିକେନ ସୁପ୍

ଶୀତରେ ଘରେ ବନାନ୍ତୁ ପାଳଙ୍ଗ ଚିକେନ ସୁପ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଏବେ ଶୀତ ବଢିବାରେ ଲାଗିଛି। ଏହି ସମୟରେ ଟିକେ ଉଷୁମ ପରସ ପାଇବା ପାଇଁ ଲୋକମାନେ ଗରମ ଗରମ ଖାଦ୍ୟ, ଚା, କଫି, ବିଭିନ୍ନ ପ୍ରକାରର ସୁପକୁ ନିଜ ଡାଏଟରେ ସାମିଲ କରିଥାନ୍ତି। ଯଦି ଆପଣ ବି ଶୀତୁଆ ପାଗରେ ଗରମ ପାଇବାକୁ ଚାହୁଁଛନ୍ତି ତାହେଲେ ଚିକେନ୍‌ ସୁପ୍‌ ବନାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଘରେ କିପରି ବଜାର ଷ୍ଟାଇଲ ଚିକେନ ସୁପ୍ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ:୨୦୦ ଗ୍ରାମ୍‌ ଭଲ ଚିକେନ୍‌, ୩ ଚାମଚ୍‌ – ଅଳେଇଚ, ୧ ଚାମଚ୍‌ ଦହି, ସ୍ୱାଦାନୁସାରେ ଲୁଣ, ଗୋଲମରୀଚ,ଗୋଟେ ତେଜପତ୍ର, ଅଳ୍ପ ତେଲ,ଗୋଟେ ପିଆଜ (ଛୋଟ କଟା),୨ ଚାମଚ୍‌ ଅଦା ରସୁଣ ପେଷ୍ଟ,ଗୋଟେ ଟମାଟୋ,୧ କପ୍‌ ଧନିଆ ପତ୍ର, ଅଳ୍ପ ଛୋଟ ଛୋଟ କଟା ବିନ୍, ଗାଜର ଛୋଟ ଛୋଟ କଟା, ସପ୍ରିଂ ଓନୀୟନ୍, କର୍ଣ୍ଣ, ବ୍ରୋକଲୀ, ପାଳଙ୍ଗ, ଗୋଟେ ଅଣ୍ଡା, ଅଳ୍ପ କର୍ଣ୍ଣ ଫ୍ଲୋର।

ପ୍ରସ୍ତୁତି ପ୍ରଣାଳୀ:ଚିକେନ୍‌ ସୁପ୍‌ ବନାଇବା ପାଇଁ ସର୍ବପ୍ରଥମେ ଚିକେନକୁ ଭଲଭାବେ ଧୋଇ ଅଲଗା ରଖିଦିଅନ୍ତୁ। ଏହାପରେ କୁକରକୁ ଗ୍ୟାସ ଉପରେ ରଖି ୪ ଚାମଚ ତେଲ, ପିଆଜ, ଲବଙ୍ଗ, ଗୋଲମରୀଚ, ତେଜପତ୍ର, ଅଳେଇଚ ପାଉଡର ପକାଇ ଭାଜି ଦିଅନ୍ତୁ। ଯେତେବେଳେ ପିଆଜ ହାଲକା ବ୍ରାଉନ୍‌ ହୋଇଯିବ ସେତେବେଳେ ଏଥିରେ କଟା ରସୁଣ ଏବଂ ଅଦାର ପେଷ୍ଟ ପକାନ୍ତୁ। ଏବେ ଏଥିରେ ପୂର୍ବରୁ ଧୋଇ ରଖିଥିବା ଚିକେନ, ଲୁଣ, ହଳଦି, କଟା ଧନିଆ ପତ୍ର ଏବଂ କଟା ପରିବା ଓ ଟମାଟୋ ପକାଇ ଦିଅନ୍ତୁ। ଏବେ କୁକରର ଘୋଡଣୀକୁ ବନ୍ଦ କରି ୨ ରୁ ୩ଟା ସିଟି ଆସିବା ପର୍ଯ୍ୟନ୍ତ କିମ୍ବା କଡାଇରେ ବସାଇଥିଲେ ମିଡିୟମ୍‌ ଫ୍ଲେମରେ ୧୦ ରୁ ୧୫ ମିନିଟ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ଏବେ ସେଥିରେ ଗୋଟେ ଅଣ୍ଡା ଭାଙ୍ଗି ପକାଇ ଭଲଭାବେ ଘାଣ୍ଟି ଦିଅନ୍ତି, କିଛି ସମୟ ପରେ ଅଳ୍ପ କର୍ଣ୍ଣ ଫ୍ଲୋରକୁ ଥଣ୍ଡା ପାଣିରେ ଗୋଳି ସେଥିରେ ପକାଇ ଘାଣ୍ଟି ଦିଅନ୍ତୁ। ଏହାଦ୍ବାରା ସୁପ୍ ହୋଟେଲ ଭଳି ବହଳିଆ ହୋଇଯିବ । ଏବେ ଆପଣଙ୍କ ଟେଷ୍ଟି ଚିକେନ ସୁପ୍‌ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଏକ ପାତ୍ରରେ ବାହାର କରି ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ଗରମା ଗରମ ଖାଇ ପାରିବେ। ଏହା ଛୋଟ ଛୋଟ ପିଲାଙ୍କ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: