ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ଝଟ୍‌କା

ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କୁ ଝଟ୍‌କା

ପ୍ରିଜିମ ନ୍ୟୁଜ୍ ବ୍ୟୁରୋ :ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ପୁଣି ମୁଖ୍ୟମନ୍ତ୍ରୀ ହେବେ। ଚନ୍ନି ହିଁ ବିଧାନସଭା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି। ତେବେ ବିଧାନସଭା ଆଗରୁ ଏଭଳି ସ୍ପଷ୍ଟ କରିବା ପରେ ସିନ୍ଧୁଙ୍କୁ ଲାଗିଛି ବଡ଼ ଝଟକା। ଚନ୍ନି ଓ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ଅଧ୍ୟକ୍ଷ ନବଜୋତ୍‌ ସିଂ ସିଦ୍ଧୁଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ କିଛି ସପ୍ତାହ ଧରି ଶୀଳତ ଯୁଦ୍ଧ ଚାଲିଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାହୁଲ । ଲୁଧିଆନାରେ ଏକ ଖବରଦାତା ସମ୍ମଳନୀରେ ରାହୁଲ କହିଛନ୍ତି, ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବା ଏକ ଜଟିଳ ନିଷ୍ପତ୍ତି ଥିଲା। ତେବେ ଜନସାଧାରଣଙ୍କ ଠାରୁ ବୁଝି ରାହୁଲ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଚନ୍ନି ଜଣେ ଗରିବ ପରିବାରରୁ ଆସିଛନ୍ତି। ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ କଥା ବୁଝୁଛନ୍ତି। ତେଣୁ ସେ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି କହିଛନ୍ତି ରାହୁଲ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: