ତାଙ୍କୁ ସମସ୍ତେ ବ୍ଲାକ୍ ପାନ୍ଥର ଭାବେ ଜାଣନ୍ତି। ଲୋକପ୍ରିୟ ହଲିଉଡ୍ ଷ୍ଟାର ଚାଡ୍ୱିକ୍ ବୋସମ୍ୟାନ୍ ଆଉ ନାହାନ୍ତି। ମାତ୍ର ୪୩ ବର୍ଷ ବୟସରେ କୋଲନ୍ କ୍ୟାନସର୍ ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କର ନିଧନ ହୋଇଛି। ଦୀର୍ଘ ୪ ବର୍ଷ ଧରି ସେ ଏହି ରୋଗ ସହ ସଂଗ୍ରାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ବିଶ୍ୱ ଆଜି ଶୋକପ୍ରକାଶ କରିଛି। ‘ମାର୍ସଲ’ ଠାରୁ ଆରମ୍ଭ କରି ‘ଦ ୫ ବ୍ଲଡ୍’ ଭଳି ଅନେକ ଫିଲ୍ମରେ ସେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ତେବେ ବ୍ଲାକ୍ ପାନ୍ଥରରେ କିଙ୍ଗ ଟି’ଚାଲାଙ୍କ ଚରିତ୍ରକୁ ସେ ଜୀବନ୍ତ କରିଛନ୍ତି ।
![](https://i2.wp.com/prismnews.in/wp-content/uploads/2020/08/Wakanda-star-actor-Chadwick-Boseman-is-dead.jpg?resize=962%2C641)
0 Comments