ଅଚାନକ୍ ଆସି ଘାଣ୍ଟି ଦେଲା ସିବିଆଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସିସୋର କେଳେଙ୍କାରୀକୁ ନେଇ ସିବିଆଇର ବଡ଼ ଧରଣର ଚଢ଼ାଉ। କଟକ, ଭୁବନେଶ୍ୱର ଓ ମୁମ୍ୱାଇ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍ କରିଛି। ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ବାସ ଭବନ ସମେତ ପାଞ୍ଚଟି ସ୍ଥାନରେ ସିବିଆଇ ଚଢ଼ାଉ କରିଥିଲା। ସମୁଦାୟ ଘର ଓ ଦପ୍ତର ମିଶି ୮ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଟୁରିଜିମ୍ ଏମଡି ରବି ନାରାୟଣ ନନ୍ଦ, ପ୍ରଶାନ୍ତ ପଟ୍ଟନାୟକ, ସ୍ୱାଗତିକା ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଏମଡି ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା।

୨୦୦୮/୦୯ ଆର୍ଥିକ ବର୍ଷରେ ଦେବୀ ମିଶ୍ର ଥିଲେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ। ସେହି ସମୟରେ ସେ ସି-ସୋର ଗ୍ରୁପକୁ ଦେଖାଇଥିଲେ ଅନାବଶ୍ୟକ ଅନୁକମ୍ପା। ସେହି ସମୟରେ ସି-ସୋର ଗ୍ରୁପକୁ କଟକରେ ନୌ-ବିହାର ପରିଚାଳନା ଦାୟିତ୍ବ ମିଳିଥିଲା।ମହାନଦୀ କୂଳର ବିକାଶ ପାଇଁ ରାଜ୍ୟ ସରକାର ଓ ସି-ସୋର ମଧ୍ୟରେ ହୋଇଥିଲା ଚୁକ୍ତି।ଖୋର୍ଦ୍ଧା ଅଟ୍ରିର ପର୍ଯ୍ୟଟନ ବିକାଶ ଦାୟିତ୍ୱ ବି ସି-ସୋର ଗ୍ରୁପକୁମିଳଥିଲା।ଶାମୁକା ପର୍ଯ୍ୟଟନ ଯୋଜନାରେ ମଧ୍ୟ ଥିଲା ସି-ସୋରର ଶେୟାର। ଏଥିପାଇଁ ସରକାରୀ ତହବିଲରୁ ସି-ସୋରକୁ ଯାଇଥିଲା କୋଟି କୋଟି ଟଙ୍କା। ଆଉ ସେତେବେଳକୁ ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେଇଥିଲା ସି-ସୋର କମ୍ପାନୀ।

%d bloggers like this: