ଘରେ ପ୍ରସ୍ତୁତ କରି ଖାଆନ୍ତୁ ରେଷ୍ଟୁରାଣ୍ଟ ଭଳି ଗରମାଗରମ ‘ବଟରଫ୍ଲାଏ ଚିକେନ୍’

ଘରେ ପ୍ରସ୍ତୁତ କରି ଖାଆନ୍ତୁ ରେଷ୍ଟୁରାଣ୍ଟ ଭଳି ଗରମାଗରମ ‘ବଟରଫ୍ଲାଏ ଚିକେନ୍’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆମିଷ ପ୍ରିୟ ଲୋକଙ୍କୁ ହୋଟେଲ ବା ରେଷ୍ଟୁରାଣ୍ଟରେ ‘ବଟରଫ୍ଲାଏ ଚିକେନ୍’। ଏହା ଦେଖିବାକୁ ଯେମିତି ସୁନ୍ଦର୍ ଖାଇବାକୁ ମଧ୍ୟ ବଢ଼ି ଲାଗିଥାଏ। ବାହାଘର ବା ଅନ୍ୟାନ୍ୟ ଭୋଜିରେ ଏହାକୁ ଷ୍ଟାର୍ଟର ଭାବେ ମଧ୍ୟ ପରସା ଯାଉଛି। ତେବେ ଏହାର ଦାମ୍ ମଧ୍ୟ ବେଶ୍ ଅଧିକ ରହିଥାଏ ହୋଟେଲ ବା ରେଷ୍ଟୁରାଣ୍ଟ ଗୁଡିକରେ। ହେଲେ ଆଜି ଆମେ ଆପଣଙ୍କୁ ଘରେ କିପରି ରେଷ୍ଟୁରାଣ୍ଟ ପରି ‘ବଟରଫ୍ଲାଏ ଚିକେନ୍’ ତିଆରି କରିବେ ସେ ବିଷୟରେ କହୁଛୁ।

ଆବଶ୍ୟକ ସାମଗ୍ରୀ:

ବଡ ସାଇଜ ଆଳୁ, ବୋନ୍‌ଲେସ୍‌ ଚିକେନ୍, କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ପେଷ୍ଟ, ବଟର, ଲେମ୍ବୁରସ ଓ ଆବଶ୍ୟକ ଅନୁଯାୟୀ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ କଟା ଯାଇଥିବା ଆଳୁଖଣ୍ଡରେ ମ୍ୟାରିନେଟ୍‌ ଚିକେନ୍ ରଖି ଆଳୁକୁ ଦୁଇପଟୁ ମୋଡ଼ି କାଠି ଦ୍ୱାରା ଗୁନ୍ଥି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ଏବେ ସେଥିରେ ଚିକେନ୍ ପୁର ଦିଆ ଆଳୁକୁ ଛାଣନ୍ତୁ। ଆଳୁ ଓ ପୁର ଲାଲ୍ ହୋଇଗଲେ ତାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବଟରଫ୍ଲାଏ ଚିକେନ୍’। ଆପଣ ଏହାକୁ ହରି ଚଟଣୀ ବା ଟମାଟୋ ଚଟଣୀ ସହ ଖାଇପରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: