ଏମିତି ପ୍ରସ୍ତୁତ କରନ୍ତୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲ୍

ଏମିତି ପ୍ରସ୍ତୁତ କରନ୍ତୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଲୋକ ସ୍ଵାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେବେ ସମୟ ଅଭାବରୁ ଅନେକ ସମୟରେ ଭଲ ଖାଦ୍ୟ ଖାଇବା ସ୍ବପ୍ନ ହୋଇଯାଇଥାଏ। ଆଜି ଆମକୁ ଏପରି ଏକ ଡିସ୍ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ସକାଳ ଜଳଖିଆ ପାଇଁ ସମ୍ପୂର୍ଣ୍ଣ ପରଫେକ୍ଟ ହେବ। ଏହି ରେସିପ୍ ନାମ ହେଉଛି ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲ୍ । ଏହାକୁ ତିଆରି କରିବା ଖୁବ୍ ସହଜ ଓ କମ ସମୟରେ ମଧ୍ୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ:୬/୭ଟି ବ୍ରେଡ୍ ପିସ୍, ଛୋଟ ଛୋଟ କଟା ବନ୍ଧ କୋବି ୨୦୦ ଗ୍ରାମ, ଛୋଟ ଛୋଟ କଟା ହୋଇଥିବା ଗାଜର, ଶିମଲା ଲଙ୍କା, ରସୁଣ ୨ ରୁ ୩ ଟି କୋଲା କଟା, ରସୁଣ ପେଷ୍ଟ ଅଧଚାମଚ, ପିଆଜ ଛୋଟ ଛୋଟ କଟା ଗୋଟିଏ ଗୋଟେ, ପନୀର ଅଳ୍ପ, ଲୁଣ ସ୍ୱାଦ ଅନୁସାରେ, ଛାଣିବା ପାଇଁ ତେଲ, ଗୋଟିଏ ଛୋଟ ଚାମଚ ସୋୟା ସସ୍, ଚିଲ ସସ୍, ଚମିନ ବା ମ୍ୟାଗି ମସଲା ।

ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ ରସୁଣ ପେଷ୍ଟ ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ କଟାଯାଇଥିବା ପତ୍ରକୋବି, ଗାଜର ଏବଂ ପନୀର ଆଦିକୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ । ସେଥିରେ ଲୁଣ, ସୋୟା ସସ୍ ଏବଂ କଟା ରସୁଣ ପକାଇ ଘାଣ୍ଟି ଦିଅନ୍ତୁ । ଏବେ ସେଥିରେ ଧନ୍ୟପତ୍ର ଓ ମସଲା ପକାଇ ଘାଣ୍ଟି ଦିଅନ୍ତୁ, ଭଲ ଭାବରେ ତିଆରି ହେବା ପରେ ଆଉ ଗୋଟିଏ ପାତ୍ରକୁ କାଢ଼ି ଥଣ୍ଡା କରନ୍ତୁ । ଏବେ ବ୍ରେଡ୍ କୁ କାଟି ଅଳ୍ପ ଟିକେ ଗରମ କରିଦିଅନ୍ତୁ । ଏହାପରେ ବ୍ରେଡ୍ କୁ ଟିକେ ଓଦା କରି ଗୋଲ ଗୋଲ କରି ସେଥିରେ ଭାଜି ରଖିଥିବା ଷ୍ଟଫିନ ଭରି ବନ୍ଦ କରିଦିଅନ୍ତୁ । ଆପଣ ମାନେ ଏହାକୁ ଅନ୍ୟ କୌଣସି ସେପ୍ ରେ ମଧ୍ୟ ତିଆରି କରିପାରିବେ । ଏବେ ସେହି ବ୍ରେଡ୍ କୁ ଅଳ୍ପ ଛାଣି ଦିଅନ୍ତୁ । ଏହାପରେ ଆପରଙ୍କ ବ୍ରେଡ୍ ସ୍ପ୍ରିଙ୍ଗ ରୋଲ୍ ପ୍ରସ୍ତୁତ ହୋଇଯିବ । ଆପଣ ଏହାକୁ ସସ୍ ବା ଚଟଣୀ ଦ୍ଵାରା ଖାଇ ପାରିବେ । ଆପଣ ଏହା ଘରକୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ ଦେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: