ଥରେ ଖାଇଲେ ବ୍ରେଡ ପିଜା, ଦୋକାନକୁ ଯିବା ଭୁଲିଯିବେ

ଥରେ ଖାଇଲେ ବ୍ରେଡ ପିଜା, ଦୋକାନକୁ ଯିବା ଭୁଲିଯିବେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣଙ୍କୁ ପିଜା ଖାଇବାକୁ ଇଚ୍ଛା ହେଉଛି ଆଉ ବାହାରୁ କିଣି ଖାଇବା ପାଇଁ ମୋଟା ରକମ୍ ଦେବାକୁ ପଡ଼ିବ ଭାଇ ରହିଯାଉଛନ୍ତି କି? ଏବେ ଆଉ ସେମିତି କରିବାକୁ ପଡ଼ିବନି। ଆପଣ ନିଜ ଘରେ ଖୁବ୍ କମ୍ ଖର୍ଚ୍ଚରେ ଆଉ ସାଧାରଣ ବ୍ରେଡ ସାହାଯ୍ୟରେ ସ୍ଵାଦିଷ୍ଟ ପିଜା ତିଆରି କରି ଯେତେବେଳେ ଇଚ୍ଛା ସେତେବେଳେ ଖାଇପାରିବେ। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ ବ୍ରେଡ୍ ପିଜା। ଏହି ପିଜା ଖାଇଲା ପରେ ଆପଣ ବଜାରରୁ ପିଜା କିଣି ଖାଇବା କଥା ଭୁଲି ଯିବେ ନିଶ୍ଚୟ।

ଆବଶ୍ୟକୀୟ ସାମଗ୍ରୀ:

ବ୍ରେଡ୍‌, ଛୋଟ ଛୋଟ କଟା ଟମାଟୋ, କ୍ୟାପସିକମ୍‌, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍‌, ଲୁଣ ଓ ବଟର ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍‌, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ।ଏବେ କିଛି ବ୍ରେଡ ନିଅନ୍ତୁ ତାକୁ ଚାରି ପାଖରୁ କାଟି ଦିଅନ୍ତୁ। ଏବେ ସେଥିରେ ପିଜା’ ସସ୍‌କୁ ଲଗାନ୍ତୁ । ଏବେ ସେଥିରେ ପୂର୍ବରୁ ମସଲା ସହ ଗୋଳାଇ ରଖିଥିବା ଟମାଟୋ, କ୍ୟାପସିକମ୍‌ ସହ ସମସ୍ତ ଜିନିଷ ରଖି ଦିଅନ୍ତୁ ବ୍ରେଡ୍ ଉପରେ। ତା’ ଉପରେ କିଛି ଚିଜ୍‌ ରଖନ୍ତୁ।ଏହା ପରେ ଏକ ପ୍ୟାନରେ ବଟର ଲଗାଇ ଅଳ୍ପ ଗରମ କରନ୍ତୁ । ତା’ ପରେ ସଜାଇ ରଖଥିବା ବ୍ରେଡ୍‌ ପିଜାକୁ ପ୍ୟାନରେ ରଖି ଦିଅନ୍ତୁ । ବ୍ରେଡ୍‌ ପିଜା ପ୍ରସ୍ତୁତ କଲା ବେଳେ ଗ୍ୟାସର ଆଞ୍ଚକୁ ଧିମା ରଖନ୍ତୁ । ପରେ ଏହାକୁ ଘୋଡ଼ାଇ ଦିଅନ୍ତୁ । ୩ରୁ ୪ ମିନିଟ୍‌ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ସେଥିରେ ଚିଲି ଫ୍ଲେକ୍ସ ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ପିଜା । ଆପଣ ଏହାକୁ ଓଭାନରେ ମଧ୍ୟ କରିପାରିବେ। ଆପଣ ଏହାକୁ ସଖାଳ ବା ସାନ୍ଧ୍ୟ ଜଳଖିଆ ଭାବରେ ଖଇପାରିବେ ମଧ୍ୟ। ଏହା ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ। ଛୋଟ ପିଲାଙ୍କ ସ୍କୁଲ ଟିଫିନ୍ ରେ ମଧ୍ୟ ଏହି ବ୍ରେଡ ପିଜା ଦେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: