ଦୁନିଆକୁ ଶେଷ କରିଦେବ ଏହି ଜୀବ, ଖାଇ ଯାଉଛି ମଣିଷ ମସ୍ତିଷ୍କ

ଦୁନିଆକୁ ଶେଷ କରିଦେବ ଏହି ଜୀବ, ଖାଇ ଯାଉଛି ମଣିଷ ମସ୍ତିଷ୍କ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦୁନିଆରେ ବିଭିନ୍ନ ପ୍ରକାରର ଜୀବ ଦେଖିବାକୁ ମିଳେ, ଯାହା ମଧ୍ୟରୁ ଅନେକ ଅତ୍ୟଧିକ ମାରାତ୍ମକ ଏବଂ ବିପଜ୍ଜନକ ହୋଇଥାନ୍ତି । ଏହି ଜୀବମାନଙ୍କ ମଧ୍ୟରୁ ଏପରି ଅନେକ ଅଛନ୍ତି, ଯାହା କାମୁଡ଼ାବାର କିଛି ମିନିଟ ଭିତରେ ମଣିଷର ମୃତ୍ୟୁ ହୋଇଥାଏ । ଏହାସହ ମଣିଷ ଅନେକ ଜୀବକୁ ମଧ୍ୟ ଖାଲି ଆଖିରେ ଦେଖିପାରିବ ନାହିଁ, ଯାହା ରହସ୍ୟ ହୋଇ ରହିଥାଏ । ଏହିପରି ଜୀବ ମାନବ ପାଇଁ ବିପଦପୂର୍ଣ୍ଣ । ଏପରି ଏକ ଜୀବ ଅଛି ଯାହାର ନାମ ଆମୋବା । ବର୍ତ୍ତମାନ ଏହି ଜୀବ ମଣିଷ ପାଇଁ ବଡ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ଏହି ଜୀବମାନଙ୍କ ଉପସ୍ଥିତି ଓ ମଣିଷଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ଜୀବମାନେ ମଣିଷର ମସ୍ତିଷ୍କ ଖାଇପାରନ୍ତି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ମାନବ ମସ୍ତିଷ୍କକୁ ନଷ୍ଟ କରୁଥିବା ଆମୋବା ଦୁନିଆରେ ବ୍ୟାପିପାରେ ଲାଗୁଛି। ଏହି ଜୀବାଣୁ ଦ୍ଵାରା ସଂକ୍ରମିତ ୯୭% ମଣିଷ ମରିପାରନ୍ତି।ଏହି ଏକକ କୋଷୀ ଜୀବକୁ ନାଗଲେରିଆ ଫାଉଲେରୀ କୁହାଯାଏ । ଯେତେବେଳେ ମଣିଷ ଏହି ଜୀବ ଦ୍ୱାରା ପ୍ରଭାବିତ ହୁଏ, ସେତେବେଳେ ମସ୍ତିଷ୍କର ଭାଇଙ୍କର କ୍ଷତି ଘଟିପାରେ। ବାସ୍ତବରେ ଏହି ବିପଜ୍ଜନକ ପ୍ରାଣୀ ମସ୍ତିଷ୍କ ନୁହେଁ, ମସ୍ତିଷ୍କ କୋଷ ଖାଇଥାଏ । ଏହି କାରଣରୁ ବ୍ରେନ୍ ଡ୍ୟାମେଜ ହୋଇଯାଏ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବେ ଆମେରିକାର ନୱାଡାଠାରେ ଏହି ଜୀବାଣୁ ସଂକ୍ରମଣ ହେତୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅକ୍ଟୋବର ୧୯ ରେ ଉକ୍ତ ଯୁବକଙ୍କ ମୃତ୍ୟୁ ଖବର ଜଣା ପଡ଼ିଥିଲା। ଯୁବକ ଜଣକ ପୋଖରୀରେ ଗାଧୋଇବା ସମୟରେ ଆମୋବା ତାଙ୍କ ଶରୀରରେ ପ୍ରବେଶ କରିବା ସହ ତାଙ୍କୁ ସଂକ୍ରମିତ କରିଥିଲେ।

ଏହି ରୋଗର ଲକ୍ଷଣ କ’ଣ ?

ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନର ପ୍ରଫେସର ଜିମି ୱିଥୱର୍ଥ କହିଛନ୍ତି ଯେ ଏହି ବିପଜ୍ଜନକ ଜୀବ ନାକ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ଶରୀରରେ ପ୍ରବେଶ କରିବା ପରେ ଏହା ମସ୍ତିଷ୍କ କୋଷକୁ କ୍ଷତି ପହଞ୍ଚାଏ।ଡାକ୍ତରଙ୍କ କହିବାନୁସାରେ, ଏହି ଆମୋବା ଦ୍ଵାରା ହୋଇଥିବା ରୋଗ ହେତୁ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କର ମୁଣ୍ଡବିନ୍ଧା, ଜ୍ୱର, ମୁଣ୍ଡ ବୁଲାଇବା ଏବଂ ଝଟକା ଲାଗିଥାଏ। ଆମେରିକାର ଦକ୍ଷିଣ ପ୍ରାନ୍ତରୁ ଏନେଇ ମାମଲା ରୁଜୁ ହୋଇଛି। ଗବେଷକ କହିଛନ୍ତି ଯେ ପାଣିପାଗର ପରିବର୍ତ୍ତନ ଯୋଗୁଁ ଏହା ଘଟୁଛି। ଏହି ଜୀବ 30 ° C ଗରମ ପାଣିରେ ଦେଖାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: