ଆସୁଛି ‘ବ୍ରହ୍ମାସ୍ତ୍ର’-୨! ପ୍ରଥମଥର ଏକାଠି ନଜର ଆସିବେ ଏହି ୪ କଳାକାର

ଆସୁଛି ‘ବ୍ରହ୍ମାସ୍ତ୍ର’-୨! ପ୍ରଥମଥର ଏକାଠି ନଜର ଆସିବେ ଏହି ୪ କଳାକାର

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତା ମାସରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି। ପ୍ରଶଂସକମାନେ ପ୍ରଥମ ଥର ପାଇଁ ପରଦାରେ ଏହି ଯୋଡିକୁ ଏକାଠି ଦେଖିବାକୁ ଆଗ୍ରହୀ ଥିବାର ଜଣା ପଡ଼ିଛି। ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେପ୍ଟେମ୍ବର ୯ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଫିଲ୍ମଟି ରିଲଜ ପୂର୍ବରୁ ଏହାର ସିକ୍ୱେଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାୟୀ, ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଫିଲ୍ମର ସିକ୍ୱେଲରେ ଅଭିନୟ କରିବେ ବୋଲି କୁହାଯାଉଛି। ଯଦିଓ ନିର୍ମାତାଙ୍କଠାରୁ କୌଣସି ଅଫିସିଆଲ୍ ବିବୃତ୍ତି ମିଳି ନାହିଁ, କିନ୍ତୁ ଏଥିରେ ଦୀପିକାଙ୍କ ଭୂମିକା ନେଇ ଆଲୋଚନା ମଧ୍ୟ ହେଉଛି।

‘ବ୍ରହ୍ମାସ୍ତ୍ର’ ଏକ ମେଗା ବଜେଟ୍ ଚଳଚ୍ଚିତ୍ର ଏବଂ ଏହାକୁ ବଲିଉଡର ମାର୍ଭେଲ ୟୁନିଭର୍ସ କୁହାଯାଉଛି। ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରଥମ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ କି ପ୍ରକାର ପ୍ରତିକ୍ରିୟା ରହୁଛି ତାହା ଦେଖିବାକୁ ଅପେକ୍ଷା ରହିଥିବା ବେଳେ ପାର୍ଟ ୨ ଲାଇମଲାଇଟକୁ ଆସିଛି। ପ୍ରକାଶ ଯେ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କୁ ନିର୍ମାତା ଏଥି ପାଇଁ ଫାଇନାଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଚାରି କଳାକାର ଏକାଠି ହେଲେ କଷ୍ଟିଂ ଜବରଦସ୍ତ ହେବ ସେଥିରେ କୌଣସି ସନ୍ଦେହ ନାହିଁ। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‘ବ୍ରହ୍ମାସ୍ତ୍ର ୨’ରେ ଜଲଦେବୀ ଭୂମିକାରେ ଦେଖିବାକୁ ମିଳିବ।

ସୋସିଆଲ ମିଡିଆରେ ଦୀପିକାଙ୍କ ଚରିତ୍ରକୁ ନେଇ ଅନେକ ପ୍ରକାରର ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀ ପାଣିରେ ବୁଲୁଥିବାର ନଜର ଆସିଛନ୍ତି। ଯଦିଓ ନିର୍ମାତାଙ୍କ ଠାରୁ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି କାଷ୍ଟିଂ ପ୍ରଶଂସକଙ୍କ ଆଗ୍ରହ ବଢାଇଛି।ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଭାଗ -୧ ସହିତ ଜଡିତ ଚରିତ୍ରରେ ଦେଖାବାକୁ ମିଳିବ ଏବଂ ସେମାନଙ୍କର କାହାଣୀ ସମାନ୍ତରାଳ ଭାବରେ ଚାଲିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: