ପହଞ୍ଚିଲେ ବୋରିସ

ପହଞ୍ଚିଲେ ବୋରିସ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ଗୁଜରାଟରେ ତାଙ୍କୁ ସ୍ବାଗତ କରାଯାଇଛି। ଏଠାରେ ସେ ଏକ ବୁଲଡୋଜର କମ୍ପାନୀ ମଧ୍ୟ ପରିଦର୍ଶନ କରିବେ। ବିରୋଧୀ ଦଳଙ୍କ ପକ୍ଷରୁ ଏହାକୁ ସମାଲୋଚନା କରାଯାଉଛି। ତେବେ ସମାଲୋଚନାକୁ ଏଡ଼ାଇ ଅଧିକାରୀମାନେ ନିବେଶ ବୃଦ୍ଧି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।ଗୁଜରାଟକୁ କୌଣସି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ବୋରିସ ଜନସନ ଅହମଦାବାଦରୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଏଠାରେ ସେ ପ୍ରମୁଖ ବ୍ୟବସାୟ ଗୋଷ୍ଠୀର ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତର ସମୃଦ୍ଧ ବାଣିଜି୍ୟକ ପଦକ୍ଷେପ, ବ୍ୟବସାୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଆଲୋଚନା କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହା ପରେ ଶୁକ୍ରବାର ସକାଳେ ବୋରିସ ଜନସନ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଯୋଗଦେବେ ଏବଂ ପରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: