ନିରବି ଗଲେ ଭାରତୀୟ ସଙ୍ଗୀତର ‘ଗୋଲଡେନ୍ ମ୍ୟାନ’

ନିରବି ଗଲେ ଭାରତୀୟ ସଙ୍ଗୀତର ‘ଗୋଲଡେନ୍ ମ୍ୟାନ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏକଦା ୭୦-୮୦ ଦଶକରେ ଭାରତୀୟ ସିନେମାରେ ଏକ ନୂଆ ପରିବର୍ତ୍ତନ ଆଣିଥିଲେ ସେ। ସଂଗୀତରେ ଡିସ୍କୋକୁ ପରିଚିତ କରାଇବାରେ ସେ ଥିଲେ ଜଣେ ଧୂରୀଣ କଳାକାର। ବଲିଉଡ ଡିସ୍କୋ ଜଗତର ବେତାଜ ବାଦଶାହ। ବାପି ଲାହିରି। ନିଜର ନିଆରା ଷ୍ଟାଇଲରେ ଦର୍ଶକଙ୍କ ମନ ଜିଣିପାରୁଥିବା ଜଣେ ପଖୋତ୍ ମ୍ୟୁଜିକ୍ କମ୍ପୋଜର।ବୁଧବାର ତାଙ୍କର ପରଲୋକ ଘଟିଛି। ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ୬୯ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସେ ବହୁ ଦିନରୁ ଅସୁସ୍ଥ ଥିଲେ ବାପି ଦା’। କ୍ରିଟି କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମଙ୍ଗଳବାର ରାତିରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିଲା । ଗତବର୍ଷଠାରୁ ସେ ବିଭିନ୍ନ ସମୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ତାଙ୍କ ଦେହାନ୍ତରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଙ୍ଗୀତ ନିର୍ଦ୍ଦେଶକ, ପ୍ରଯୋଜକ, ଚଳଚ୍ଚିତ୍ର ଦୁନିଆର ବିଶିଷ୍ଟ ବ୍ୟକ୍ତି ବାପି ଲାହିରିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶତାଧିକ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହାରି । ଯାହା ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ । ବାପି ଲାହାରିଙ୍କର ନିଜର ନିଆରା ଷ୍ଟାଇଲ୍ ଥିଲା । ସବୁବେଳେ ସୁନା ପିନ୍ଧିବା ଓ ଚଷମା ଲଗାଇବା ପସନ୍ଦ କରୁଥିଲେ । ବେକରେ ମୋଟା ମୋଟା ଚେନ୍, ହାତ ଆଙ୍ଗୁଠିରେ ବଡ଼ ବଡ଼ ସୁନା ମୁଦି ସମେତ ସୁନା ଅଳଙ୍କାର ପିନ୍ଧିବା ତାଙ୍କର ସଉକ ଥିଲା । ତାଙ୍କୁ କୁହାଯାଉଥିଲା ବଲିଉଡର ପ୍ରଥମ ରକ୍ ଷ୍ଟାର ସିଙ୍ଗର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: