OTT ପ୍ଲାଟଫର୍ମରେ ଧମାଲ୍ କରିବେ କ୍ରିତି ସନନ୍

OTT ପ୍ଲାଟଫର୍ମରେ ଧମାଲ୍ କରିବେ କ୍ରିତି ସନନ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସନନ୍ । ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ କିମିଆ କରୁଥିବା କ୍ରିତିଙ୍କ ହାତରେ ରହିଛି ଏବେ ଅନେକ ଫିଲ୍ମର ପ୍ରୋଜେକ୍ଟ। ଏବେ ସେ  OTT ପ୍ଲାଟଫର୍ମର ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଖବର ଶୁଣିବା ପରଠୁ ତାଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଥିବା ଜଣା ପଡ଼ିଛି । ମିଳିଥିବା ଖବର ଅନୁସାରେ କ୍ରିତି ଜି-5 ର ଏକ ଅପକମିଂ ୱେବ୍ ସିରିଜ୍ ପାଇଁ ସାଇନ୍ କରିଛନ୍ତି। ସୂଚନା ମୁତାବକ, ଜି-5 ଖୁବ୍ ଶୀଘ୍ର ‘ରକ୍ତପଥ’ ନାମକ ଏକ ୱେବ୍ ସିରିଜ୍ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ବର୍ତ୍ତମାନ ଏଥିପାଇଁ କାଷ୍ଟିଂ ଚାଲିଛି। କୁହାଯାଉଛି, କ୍ରିତିଙ୍କୁ ଏହି ୱେବ୍ ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

  ଖବର ଅନୁଯାୟୀ, କ୍ରିତି ତାଙ୍କର ଡେବ୍ୟୁ ସିରିଜର କାହାଣୀ ପଢ଼ିବା ସହ ତାହାକୁ ବହୁତ ପସନ୍ଦ କରିଛନ୍ତି। ଆର.କେ ରେଡ୍ଡୀ ‘ରକ୍ତପଥ’ର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳି ଥିବା ବେଳେ ନରେଶ ଜେନା ଏହାର ନିର୍ମାଣ କରିବେ ବୋଲି ସୂଚନା ମିଳିଛି। ଏହି ଓ୍ବେବ୍ ସିରିଜରେ କ୍ରିତିଙ୍କ ସହ ଅଭିନେତା ପ୍ରତୀକ ବାବରଙ୍କୁ ଦେଖିବାକୁ ମିଳିବ। ଗତ କିଛି ଦିନ ହେବ ପ୍ରତୀକ ବାବର ତାଙ୍କ ଚରିତ୍ରମାନଙ୍କ ସହିତ ଏକ୍ସପେରୀମେଣ୍ଟ କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଏହି ସିରିଜରେ ତାଙ୍କ ଚରିତ୍ର କିଛି ହଟକେ ଅନ୍ଦାଜରେ ନଜର ଆସିବେ। ତେବେ ଏ ପର୍ଯ୍ୟନ୍ତ କ୍ରିତିଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ। କ୍ରିତି କିଛି ଦିନ ପୂର୍ବେ ଅରୁଣାଚଳ ପ୍ରଦେଶରେ ବରୁଣ ଧାୱନଙ୍କ ସହ ଫିଲ୍ମ ‘ଭେଡିୟା’ ସୁଟିଂରେ ବ୍ୟସ୍ତ ଥିଲେ। ସେ ରାଜକୁମାର ରାଓଙ୍କ ସହ କମେଡି ଫିଲ୍ମ ‘ହମ୍ ଦୋ ହମାରା ଦୋ’ର ସୁଟିଂ ମଧ୍ୟ କରୁଛନ୍ତି । ଏଥିସହ ସେ ‘ବଚ୍ଚନ ପାଣ୍ଡେ’ର ସୁଟିଂ ମଧ୍ୟ ଶେଷ କରିଛନ୍ତି । ଯେଉଁଥିରେ ଅକ୍ଷୟ କୁମାର ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ କ୍ରିତି ଖୁବ୍ ଶୀଘ୍ର ସୁପରଷ୍ଟାର ପ୍ରଭାସ ଏବଂ ସୈଫ୍ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । କିଛି ଦିନ ପୂର୍ବରୁ କ୍ରିତି ଏନେଇ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ଏକ ନୂତନ ଯାତ୍ରା ଆରମ୍ଭ … ଆଦିପୁରୁଷ । ଏହି ଚଳଚ୍ଚିତ୍ରଟି ବହୁତ ସ୍ପେଶାଲ୍ । ଏହି ଯାଦୁକରୀ ଦୁନିଆରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗର୍ବିତ।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: