କରୋନା ସଂକ୍ରମଣ ରୋକିବାକୁ କମିଶନରଙ୍କ କସରତ ; ଆଜିଠୁ ଅଧିକ ମାତ୍ରାରେ ହେବ ଟେଷ୍ଟିଂ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରେ ବଢୁଥିବା ମହାମାରୀ କରୋନା ସଂକ୍ରମଣ ହାରକୁ ବେଶ୍ ଗମ୍ଭୀରତାର ସହ ନେଇଛି ଭୁବନେଶ୍ୱର ମହାନଗର ନିଗମ ଓ ଏହାର କମିଶନର । ଲଗାତାର ସ୍ଥିତି ସମୀକ୍ଷା କରିବା ସହ କ୍ୟାପିଟାଲକୁ କରୋନା ମୁକ୍ତ କରିବା ପାଇଁ ରାତି ଦିନ ଏକ କରି କାମ କରୁଛନ୍ତି ବିଏମସି କମିଶନର ।

ଟେନସନ୍ ବଢ଼ାଉଥିବା ସଂକ୍ରମଣ ଯେପରି ଟ୍ୱିନସିଟିକୁ ହଟସ୍ପଟ ନକରେ ସେଥିପାଇଁ ସଜାଗ ହୋଇଛି ପ୍ରଶାସନ, ତତ୍ପର ହୋଇଛି ପୋଲିସ୍ । ବିଏମସି ଅଞ୍ଚଳକୁ ସବୁଠାରୁ ଅଧିକ ଫୋକସ ଦେଇଛି ସରକାର । ମହାନଗର ପ୍ରଶାସନ ପକ୍ଷରୁ ହଷ୍ଟେଲରୁ ହଷ୍ଟେଲ ଏବଂ ମଲ୍ ରୁ ମଲ୍ ବୁଲି ଯାଞ୍ଚ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ଏମିତିକି ଅଚାନକ ଯାଞ୍ଚ ବିଏମ୍ସିର ୩ଟି ଜୋନରେ ୯ଟି ସ୍କ୍ୱାର୍ଡ  ଘନ ପଇଁତରା ମାରୁଛି । ନିଜେ ବିଏମସି କମିଶନର ଓ ଭୁବନେଶ୍ୱର ଡିସିପି ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାଇ ଯାଞ୍ଚ ସ୍ଥିତି ପରଖିଛନ୍ତି ।

 ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି  । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଅଧିକ ଟେଷ୍ଟିଙ୍ଗ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର ।  ଗତକାଲି ମଧ୍ୟ ରେଲେଓ୍ୱ ଷ୍ଟେସନ ଓ ବିମାନ ବନ୍ଦର ପରିଦର୍ଶନ କରି ସ୍କ୍ରିନିଂ ଓ ଟେଷ୍ଟିଙ୍ଗକୁ ଗୁରୁତ୍ୱ ଦେଇଥିଲେ କମିଶନର  ଏଣିକି ପ୍ରତିଦିନ ରେଲେଓ୍ୱ ଷ୍ଟେସନରେ ୨ଶହ ଲୋକଙ୍କର ଟେଷ୍ଟିଙ୍ଗ କରାଯିବ  ପୂର୍ବରୁ ଯେଉଁମାନଙ୍କର ଲକ୍ଷଣ ଥିଲା ସେହିମାନଙ୍କର ଟେଷ୍ଟ କରାଯାଉଥିଲା କିନ୍ତୁ ବର୍ତମାନ ବିନା ଲକ୍ଷଣରେ ଭାଇରସ ଥିବା ଲୋକ ଆସୁଛନ୍ତି ତେଣୁ ରେଡ ଫ୍ଲାଗ ଓ ଏବଂ ଅନ୍ୟ ରାଜ୍ୟ ମାନଙ୍କରୁ ଆସୁଥିବା ଲୋକଙ୍କ ରାନଡ଼ମ ଟେଷ୍ଟିଙ୍ଗ ହେବ ବୋଲି କହିଛନ୍ତି ବିଏମସି କମିଶନର ।

%d bloggers like this: