ବ୍ଳକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବ୍ଳକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅତି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ତତ୍ବାବଧାନରେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ବାଗସିଙ୍ଗଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର ଯୋଗଦେଇ ପ୍ରଦୀପ ପ୍ରଜଳ୍ବନ କରି ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଳକ ଅଧିକାରୀ କୁନା ପାତ୍ର,ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା, ବିଦ୍ୟାଳୟ ସଭାପତି ସୁଧିର ପ୍ରଧାନ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ମୋହନା ହିଲଟପ କଲେଜ, ଚାନ୍ଦିପୁଟ ଇନ୍ଦିରା ସୃତି କଲେଜ ସମେତ ବ୍ଳକ ର ୩୦ ଟି ବିଦ୍ୟାଳୟର ୧୮୦ଟି ପିଲା ଅଂଶଗ୍ରହଣ କରିଥିଲେ।କବାଡି,ଖୋ ଖୋ,ଭଲି,ଫୁଟବଲ,ଆଥଲେଟିକ,ୟୋଗା ଆଦି ଖେଳ ପ୍ରତିଯୋଗିତା ହୋଇଥିଲା। ବିଦ୍ୟାଳୟର ଖେଳ ଶିକ୍ଷକ ଏମ୍.ରାଜେନ୍ଦ୍ର ଦୋରା ଆନୁସାଙ୍ଗିକ ବ୍ୟବସ୍ଥା କରିଥିବା ବେଳେ ଗୁଣ୍ଡିଚା ଆଦର୍ଶ ବିଦ୍ୟାଳୟର ଶିକ୍ଷକ କାଳିଆ ମହାନ୍ତି,ଅଡବା ହାଇସ୍କୁଲ ରୁ ପ୍ରମୋଦ ନାୟକ,ଲୁହାଗୁଡି ହାଇସ୍କୁଲ ରୁ ଅରୁଣୀ କୁମାର ପଣ୍ଡା ପିଲାଙ୍କ ଦକ୍ଷତାକୁ ପାଥେୟ କରି ମନୋନୀତ କରିଥିଲେ । ମନୋନୀତ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତାରେ ଭାଗନେବେ । ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: