କଳା ସୂତା ପିନ୍ଧୁଥିଲେ ସାବଧାନ !

କଳା ସୂତା ପିନ୍ଧୁଥିଲେ ସାବଧାନ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବର୍ତ୍ତମାନ ସମୟରେ ପୁଅ-ଝିଅ, ପୁରୁଷ-ମହିଳା ସମସ୍ତେ କଳା ସୂତା ପିନ୍ଧିଥିବାର ଦେଖିଥିବେ। କେହି କେହି ଏହାକୁ ଫ୍ୟାସନ ପାଇଁ ପିନ୍ଧିଥିବା ବେଳେ ଆଉ କେତେକ ଲୋକ ଖରାପ ନଜର ଏବଂ ଶନି ପ୍ରକୋପକୁ ଏଡ଼ାଇବା ପାଇଁ ବାନ୍ଧି ଥାଆନ୍ତି। କଳା ସୂତା ସାଧାରଣ ଭାବେ ଗୋଡ଼, ବେକ, ବାହୁ କିମ୍ବା ହାତରେ ବନ୍ଧା ହୋଇଥାଏ । କଳା ସୂତା ବାନ୍ଧିବାର ଅନେକ ଲାଭ ରହିଥିବାର ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ତେବେ କଳା ସୂତା ବାନ୍ଧିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଜିନିଷଗୁଡ଼ିକୁ ଅଣଦେଖା କରିବା କୌଣସି ବି ବ୍ୟକ୍ତି ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଜାଣିବା କଳା ସୂତା ବାନ୍ଧିବା ପୂର୍ବରୁ କଣ ସବୁ ସତର୍କତା ଅବଲମ୍ବନ କରିବା ଉଚିତ୍…

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି କଳା ରଙ୍ଗର କାରକ ହୋଇଥାନ୍ତି । ଶନିବାର ଦିନ କଳା ପୋଷାକ ପିନ୍ଧିବା ଶୁଭ ହୋଇଥାଏ। ସେହିଭଳି, ଏକ କଳା ସୂତା ବାନ୍ଧିବା ଦ୍ୱାରା ରାଶିରେ ଶନିଙ୍କ ସ୍ଥିତି ଦୃଢ଼ ହୋଇଥାଏ। ଏହା ଶନି ଦଶାରୁ ରକ୍ଷା କରିଥାଏ। ଖରାପ ନଜରରୁ ରକ୍ଷା କରିବା ପାଇଁ କଳା ରଙ୍ଗ ସହାୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଲୋକମାନେ କଳା ସୂତା ବାନ୍ଧନ୍ତି।

 – ବିଶ୍ୱାସ କରାଯାଏ ଯେ, ମଙ୍ଗଳବାର ଦିନ କଳା ସୂତା ବାନ୍ଧିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ। ଏହି ଦିନ, ଡାହାଣ ଗୋଡରେ କଳା ସୂତା ବାନ୍ଧିବା ଦ୍ୱାରା ବ୍ୟକ୍ତିର ଜୀବନରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ। ବିଶେଷକରି ଯେଉଁମାନଙ୍କର ପେଟ ଯନ୍ତ୍ରଣା ହୁଏ, ସେମାନେ ପାଦରେ କଳା ସୂତା ବାନ୍ଧିବା ଭଲ ହୋଇଥାଏ। ଏହା ବ୍ୟତୀତ ପାଦରେ କଳା ସୂତା ବାନ୍ଧିବା ଦ୍ୱାରା ପାଦ ଯନ୍ତ୍ରଣା ଦୂର ହୋଇଥାଏ। ଛୋଟ ପିଲାମାନଙ୍କୁ ମଧ୍ୟ ଖରାପ ନଜରରୁ ରକ୍ଷା କରିବା ପାଇଁ କଳା ସୂତା ବନ୍ଧା ଯାଇଥାଏ।

-ଖରାପ ନଜରରୁ ରକ୍ଷା ପାଇବା ପାଇଁ ଲୋକମାନେ ଲେମ୍ବୁ ଏବଂ ଲଙ୍କା କଳା ସୂତାରେ ଲଗାନ୍ତି । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ଘର ବା ବ୍ୟବସାୟ ସ୍ଥଳ ଗୁଡ଼ିକ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇଥାଏ। ଆପଣ ନିଶ୍ଚୟ ଅନେକ ଘର ଏବଂ ଦୋକାନ ବାହାରେ ଏହା ଦେଖିଥିବେ।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କଳା ସୂତା ସଠିକ୍ ଭାବରେ ବନ୍ଧା ନ ହୁଏ ।ତେବେ ଏହା ଓଲଟା ପ୍ରଭାବ ପକାଇବା ସହ କ୍ଷତି ଘଟାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭ ଅଟେ। ଏହି କଳା ସୂତାକୁ କିଛି ଜ୍ୟୋତିଷ ବା ମନ୍ଦିରରେ ଅଭିମନ୍ତ୍ରିତ କରିବା ପରେ ହିଁ ପିନ୍ଧିବା ଉଚିତ୍। ଏହି ବ୍ୟତୀତ କଳା ସୂତା ସହିତ ଶରୀରରେ ଅନ୍ୟ କୌଣସି ରଙ୍ଗୀନ ସୂତା ରହିବା ଉଚିତ୍ ନୁହେଁ। କଳା ସୂତା ପିନ୍ଧିଥିବା ବ୍ୟକ୍ତି ରୁଦ୍ର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: