ବଦଳିଲେ ଓଡ଼ିଶା ବିଜେପି ପ୍ରଭାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତି ଦିଆଯାଇଛି। ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ତାଲିକା ପ୍ରକାଶ ପାଇଛି। ଡି.ପୁରନ୍ଦେଶ୍ୱରୀ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଓଡ଼ିଶାର ସହ-ପ୍ରଭାରୀ ହୋଇଛନ୍ତି ବିଜୟ ପାଲ ସିଂ ତୋମାର। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର-ମଣିପୁର ପ୍ରଭାରୀ, ଅରୁଣ ସିଂ-ରାଜସ୍ଥାନ ଓ କର୍ଣ୍ଣାଟକ ପ୍ରଭାରୀ, କୈଳାସ ବିଜୟବର୍ଗୀୟ-ପଶ୍ଚିମବଙ୍ଗ ପ୍ରଭାରୀ ଓ ତାମିଲନାଡୁର ପ୍ରଭାରୀ ସି.ଟି. ରବି ଓ ଉତ୍ତରପ୍ରଦେଶ-ରାଧାମୋହନ ସିଂ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି।

%d bloggers like this: