ଏଭେରେଷ୍ଟ ଚଢ଼ିଲେ ପ୍ରଥମ ଓକିଲ

ଏଭେରେଷ୍ଟ ଚଢ଼ିଲେ ପ୍ରଥମ ଓକିଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏଭରେଷ୍ଟ ଚଢ଼ିବା ପାଇଁ ବିଶ୍ୱର ପ୍ରାୟ ଦେଶର ପର୍ବତାରୋହୀ ପ୍ରସ୍ତୁତ ହୋଇସାରିଲେଣି । ତେବେ ଧାର୍ଯ୍ୟ ତାରିଖ ନେଇ ସବୁ ଆରୋହଣକାରୀ ସହଯୋଗୀଙ୍କୁ ଧରି ରେକର୍ଡ ସ୍ଥାପନ କରୁଛନ୍ତି ଏବଂ କରିବା ଅପେକ୍ଷାରେ । ଆରୋହଣ କରିବାକୁ ଥିବା ସମସ୍ତ ପର୍ବତାରୋହୀ ତାଙ୍କ ଦେଶ ଏବଂ ନିଜ ପାଇଁ ଖ୍ୟାତି ଅର୍ଜନ କରୁଛନ୍ତି ।

ତେବେ ସେ ଭିତରୁ କିଛି ଖ୍ୟାତି ଅର୍ଜନରେ ଶ୍ରେୟ ନେବାରେ ଏଭରେଷ୍ଟ ମଧ୍ୟ ଅଂଶୀଦାର । ସେଭଳି ଏକ ଖ୍ୟାତି ହେଉଛି ଏଭରେଷ୍ଟର ପ୍ରଥମ ଓକିଲ ପର୍ବତାରୋହୀ । ସେ ପୁଣି ୬୨ ବର୍ଷରେ ପାଦ ଥାପିଛନ୍ତି । ବଳିଷ୍ଠ ବୟସରେ ବି ଏଭରେଷ୍ଟ ଚଢ଼ିବା ପାଇଁ ସାହସ କରିଥିବା ଯୋଗୁଁ ତାଙ୍କୁ ପ୍ରଶଂସକ ସଲାମ୍ କରିଛନ୍ତି ।ନେପାଳର ବରିଷ୍ଠ ଓକିଲ ବିଷ୍ଣୁ ଭୂଷଲ ସୋମବାର ସକାଳ ୭.୩୦ରେ ହିମାଳୟର ଶିଖର ଦେଶ ଏଭରେଷ୍ଟ ଗିରିଶୃଙ୍ଗରେ ପହଞ୍ଚିପାରିଛନ୍ତି । ନିଜ ପାଇଁ ଉପଲବ୍ଧି ତ ଆନନ୍ଦଦାୟକ । ହିମାଳୟ ଏବଂ ଏଭରେଷ୍ଟ ପାଇଁ ମଧ୍ୟ ଏହି ଖ୍ୟାତି ବର୍ଣ୍ଣନୀୟ ।ହିମାଳୟନ ଶେଫର୍ଡ ପରିଚାଳନା ନିର୍ଦ୍ଦେଶକ ପେମ୍ବା ଡୋର୍ଜେ ଶର୍ପା ଏହି ସୂଚନା ଦେଇଛନ୍ତି ।

ବିଷ୍ଣୁ ଏଭରେଷ୍ଟର ପ୍ରଥମ ଓକିଲ ଆରୋହଣକାରୀ । ବିଷ୍ଣୁ କେବଳ ନିଜ ଉପଲବ୍ଧି ପାଇଁ ଏଭରେଷ୍ଟ ଚଢ଼ିନାହାନ୍ତି । ତାଙ୍କର ଏହା ପଛରେ କିଛି ବିରାଟ ଉଦ୍ଦେଶ୍ୟ ମଧ୍ୟ ରହିଛି । ବିଶ୍ୱରେ କାର୍ବନ ଫୁଟ୍ପ୍ରିଣ୍ଟ ରୋକିବା ତାଙ୍କର ପର୍ବତାରୋହଣ ପଛର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।ବିଷ୍ଣୁ ଏକ ମାସ ତଳେ ଏପ୍ରିଲ ୧୫ରେ ଏହି ଯାତ୍ରା ଆରମ୍ଭ କରିଥିଲେ । ନେପାଳ ବାର୍ ଆସୋସିଏସନ ର ଲୋଗୋ ଥିବା ଏକ ପତାକା ଧରି ବାହାରିଥିଲେ । ଚାରି ଦିନ ଆଗରୁ ତାଙ୍କ ଝିଅ ପ୍ରୀତି ଭୂଷଲ ଏଭରେଷ୍ଟ ର ଶିଖର ଦେଶରେ ପହଞ୍ଚିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: