ବିକ୍ରମ ଯାଦବ ହେଲେ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ

ବିକ୍ରମ ଯାଦବ ହେଲେ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଶନିବାର ସାଧାରଣ ପ୍ରଶାସନ ବିଭାଗ ନିଯୁକ୍ତି ବିଜ୍ଞପ୍ତି ବାବଦରେ ସୂଚନା ଦେଇଛି । ଏବେ ବୀର ବିକ୍ରମ ଯାଦବ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି । ନୂଆ ନିଯୁକ୍ତି ସହ ବିକ୍ରମଙ୍କ ପାଖରେ ଏବେ ମୋଟ୍ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି।୨୦୦୨ ବ୍ୟାଚର ଆଇଏଏସ୍ ଅଧିକାରୀ କ୍ରିଷନ୍ କୁମାର ନିକଟରେ ଡେପୁଟେସନରେ ଯିବା ଖବର ଆସିଥିଲା । ଏହାପରେ ପୁରୀ ଶ୍ରୀମନ୍ଦିରର ନୂଆ ପ୍ରଶାସକ କିଏ ହେବେ ସେ ନେଇ ଚର୍ଚ୍ଚା ଚାଲିଥିଲା । ଶେଷରେ ବିକ୍ରମଙ୍କ ନାମ ଉପରେ ମୋହର ମାରିଛନ୍ତି ସରକାର । ଏବେ ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଦାୟିତ୍ୱ ସମ୍ଭାଳିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: