ଘାଇଲା କରୁଛି ବଲିଉଡ୍ ସୁନ୍ଦରୀଙ୍କ ବିଚ୍ ଲୁକ୍

ଘାଇଲା କରୁଛି ବଲିଉଡ୍ ସୁନ୍ଦରୀଙ୍କ ବିଚ୍ ଲୁକ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:କରୋନା ମହାମାରୀ ସହ ଗତ ଦୁଇବର୍ଷ ହେବ ଲକ୍ ଡାଉନ୍ ଓ କର୍ଫ୍ୟୁ କାରଣରୁ ସମସ୍ତେ ନିଜ ଘରେ ବନ୍ଦୀ ଭଳି ରହୁଥିଲେ, ଏହି ସମୟରେ ଛୁଟି ଉପଭୋଗ କରିବାର କୌଣସି ସୁଯୋଗ ନଥିଲା। ତେବେ ବର୍ତ୍ତମାନ ଦୁଇ ବର୍ଷର ବ୍ୟବଧାନ ପରେ ସବୁକିଛି ସାଧାରଣ ହେବା ସହ ସମର ଟାଇମ୍ ଛୁଟି ଆରମ୍ଭ ହୋଇଛି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉପଭୋଗ କରୁଛନ୍ତି। ସମୁଦ୍ର କୂଳରେ ଛୁଟି ଉପଭୋଗ କରିବାର ଏହା ଉପଯୁକ୍ତ ସମୟ। ତେବେ ବଲିଉଡର ସୁନ୍ଦରୀ ନାୟିକାମାନେ ବିଦେଶର ସମୁଦ୍ରକୂଳରେ ମନ ଭରି ଖରା ଛୁଟି ଉପଭୋଗ କରୁଥିବା ନଜର ଆସିଛନ୍ତି। ରାକୁଲ ପ୍ରୀତ ସିଂଙ୍କ ଠାରୁ ଆରମ୍ଭ କରି ତାରା ସୁତାରିଆ ପର୍ଯ୍ୟନ୍ତ ସ୍ୱିମ୍ କଷ୍ଟମ୍ୟୁ ପିନ୍ଧି ପ୍ରଶଂସକଙ୍କୁ ପ୍ରଭାବିତ କରିବାର କୌଣସି ସୁଯୋଗ ଛାଡି ନାହାଁନ୍ତି। ତେବେ ଚାଲନ୍ତୁ ଜାଣିବା ବଲିଉଡ୍ ହିରୋଇନମାନେ କେଉଁଠି କିଏ ଛୁଟି କାଟୁଛନ୍ତି।

ମାଲାଭିକା ମୋହନନ୍ ଗ୍ରୀନ ରଙ୍ଗର ସେଡ୍ସ ସହ ଏକ ସୁନ୍ଦର ମୋନୋକିନି ବାଛିଛନ୍ତି। ବିଳାସପୂର୍ଣ୍ଣ ସ୍ୱିମଙ୍ଗ ସୁଟ୍ ରେ କଟ୍ ଆଉଟ୍ ନଜର ଆସୁଛି, ଯାହାକି ତାଙ୍କୁ ସୁପର ଷ୍ଟାଇଲିସ୍ ଲୁକ୍ ଦେଉଛି। କଲର ବ୍ଲକ୍ ଆଉଟ୍ ଫିଟ୍ ଖରାଦିନିଆ ଛୁଟି ପାଇଁ ପୁରା ପରଫେକ୍ଟ ରହିଛି। ଅଭିନେତ୍ରୀ ଜଣକ ଏକ ହୋଲୋଗ୍ରାଫିକ୍ ସୋ-ବଟନ୍ ଡାଉନ୍ ସାର୍ଟ ସହିତ ମୋନୋକିନି ଷ୍ଟାଇଲ୍ କରୁଥିବା ଦେଖାଯାଛି, ଏହି ଆଉଟ୍ ଫିଟ୍ ସହ ତାଙ୍କ ଲୁକ ଚମତ୍କାର ଦେଖାଯାଉଛି। ସେହିପରି ଅଭିନେତ୍ରୀ ତାରା ସୂତରିଆ ତାଙ୍କ ମାଲଦ୍ୱୀପ ଛୁଟିରେ ଏକ କଳା ଏବଂ ଧଳା ପୋଲ୍କା ଡଟ୍ ସ୍ୱିମିଙ୍ଗ ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ହଲ୍ଟର ନେକ ଟପ୍ ସମରର ତାତିକୁ ବି ମାତ ଦେଉଛି। ନିଜର ଟୁ-ଟୋନ୍ ଲୁକରେ ପପ୍ କଲର ଯୋଡିବା ପାଇଁ, ତାରା କେଶରେ ଏକ ମେଶି ବନ୍ ତିଆରି କରିବା ସହ ସେଥିରେ ଲାଲ୍ ଫୁଲରେ ଷ୍ଟାଇଲ୍ କରିଛନ୍ତି।

ତେବେ କାହାଠୁ ପଛରେ ପଡ଼ି ନାହାନ୍ତି ସାରା। ଛୁଟିରେ ସାରା ଅଲି ଖାନ ନିଓନ୍, ଗୋଲାପୀ, ଧଳା, ନୀଳ, ଧୂସର ଏବଂ ଲାଭେଣ୍ଡରର ଉଜ୍ଜ୍ୱଳ ରଙ୍ଗର ଏକ ମଲଟି କଲର ସ୍ୱିମିଙ୍ଗ ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି। ତାଙ୍କର ସେହି ଟୁ- ପିସ ସ୍ୱିମିଙ୍ଗ ସୁଟରେ ଭୂଲମ୍ବ ଭାବେ ରଙ୍ଗୀନ ରେଖାଗୁଡ଼ିକ ପଡ଼ିଛି । ଟ୍ୟୁବ୍ ଟପ୍ ପଛରେ ନୋଟ ଡିଟେଲିଂ ରହିଛି ଯାହାକୁ ସେ ହାଇ ହିପ୍ ପ୍ୟାଣ୍ଟ ସହିତ ପିନ୍ଧି ଛନ୍ତି। ସାରା ଏହି ସ୍ୱିମ ସୁଟ୍ ସହିତ ରଙ୍ଗୀନ ହୁପ୍ ପେୟର କରିଛନ୍ତି।

ସୋହା ଅଲି ଖାନ ଯେତେବେଳେ ଟ୍ରପିକାଲ୍ ପ୍ରିଣ୍ଟ୍ ବିଚ୍ ୱେର୍ ରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ ସେତେବେଳେ ଇଣ୍ଟରନେଟରେ ନିଆଁ ଲାଗି ଯାଇଥିଲା। ଏହି ଅଭିନେତ୍ରୀ ଦୁବାଇରେ ପାରିବାର ସହ ଛୁଟି କାଟୁଛନ୍ତି। ଗୋଲାପୀ, ନୀଳ, ସବୁଜ ଏବଂ ଧଳା ରଙ୍ଗର ସୋହା ଅଲି ଖାନଙ୍କ କର୍ସେଟ୍ ଫିଟ୍ ହୋଇଥିବା ଷ୍ଟ୍ରାପ୍ ସ୍ୱିମ୍ ସୁଟ ପ୍ରଶଂସକକୁ ଘାଇଲା କରିଥିଲା। ସେ ଓଭର ସାଇଜ ସନ୍ ଗ୍ଲାସେସ ସହ ସ୍ୱିମ୍ ସୁଟକୁ ଆକ୍ସେସୋରିଜ୍ କରିଥିଲେ।

କ୍ଲାସିକ୍ ୱାନ ଟୋନ ସବୁବେଳେ ଫ୍ୟାଶନରେ ରହିଥାଏ। ତେବେ ସେମିତି ଏକ ଲୁକରେ ଦର୍ଶକଙ୍କୁ ଘାଇଲା କରିଛନ୍ତି ମୌନୀ ରାୟ। ଦୁବାଇର ସମୁଦ୍ର କୂଳରେ ଛୁଟି କାଟିବା ସମୟରେ ମୌନୀ କଳା ରଙ୍ଗର ସ୍ୱିମ୍ ସୁଟରେ ଚମତ୍କାର ଦେଖାଯାଉଥିଲେ। ଟପ୍ ସହ ସେ ଏକ ସାଇଡ୍ ସ୍ଲିଟ୍ ରାପ୍ ସ୍କର୍ଟ ବାନ୍ଧି ନିଜକୁ ଅଧିକ ଷ୍ଟାଇଲିସ୍ କରିଥିଲେ। ଏହାସହ ତାଙ୍କ ଟପ୍ ରେ ନୋଟ ଡିଟେଲିଂ ନଥିଲା।ତେବେ ଦକ୍ଷିଣ ସୁନ୍ଦରୀ ରାକୁଲ ପ୍ରୀତ ସିଂ ମାଲଦ୍ୱୀପରେ ଛୁଟି କାଟିବା ସମୟରେ ଫୁସିଆ ଗୋଲାପୀ ସ୍ୱିମ୍ ପୋଷାକ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା। ଏହି ପୋଷାକ ସହ କ୍ଲିନ୍ ୱାଟର ରେ ସୂର୍ଯ୍ୟକିରଣର ମଜା ନେଉଥିବା ରାକୁଲ ପ୍ରୀତ ବହୁତ ସୁନ୍ଦର ଦେଖାଯାଉଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: