ଗହମ ରପ୍ତାନୀ ଉପରେ କଟକଣା, ବିଶ୍ବ ବଜାର ପ୍ରଭାବିତ

ଗହମ ରପ୍ତାନୀ ଉପରେ କଟକଣା, ବିଶ୍ବ ବଜାର ପ୍ରଭାବିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗହମ ରପ୍ତାନୀ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ଏହାର ପ୍ରଭାବ ବିଶ୍ବ ବଜାରରେ ଅନୁଭୂତ ହେଲାଣି। ଏଥିଯୋଗୁ ଖାଦ୍ୟ ସଙ୍କଟ ଘନୀଭୂତ ହେବା ଆଶଙ୍କା ଦେଖାଦେଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଏକ ବୁଶଲ ବା ୨୫.୪୦ କେଜି ଗହମ ଦାମ ୫.୯% ବଢ଼ି ୧୨.୪୭ ଡଲାରରେ ପହଞ୍ଚିଛି । ଭାରତ ତରଫରୁ ଏହାର ରପ୍ତାନୀ ଉପରେ କଟକଣା ଲଗାଯିବା ପରଠୁ ଏହା ଦାମରେ ପ୍ରାୟ ୬ ପ୍ରତିଶତ ବଢ଼ି ସାରିଲାଣି ।

ରୁଷିଆ ଓ ୟୁକ୍ରେନ ବିଶ୍ୱର ପ୍ରାୟ ଏକ ତୃତୀୟାଶଂ ଗହମ ଚାହିଦା ମେଣ୍ଟାଇଥାନ୍ତି। ମାତ୍ର ଉଭୟ ଦେଶ ମଧ୍ୟରେ ଚାଲୁଥିବା ଯୁଦ୍ଧ ଯୋଗୁ ଏହା ଗଭୀର ଭାବେ ପ୍ରଭାବିତ ହୋଇଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏଥର ଗହମ ଦର ବୃଦ୍ଧି ହୋଇଛି। ଗତ ବର୍ଷ ଭାରତ ପର୍ଯ୍ୟାପ୍ତ ପରିମାଣର ଗହମ ବିଶ୍ୱ ବଜାରକୁ ରପ୍ତାନୀ କରିଥିଲା। ଫଳରେ ଏହାର ଦାମରେ ବିଶେଷ ପ୍ରଭାବ ପଡ଼ି ନ ଥିଲା। କିନ୍ତୁ ଚଳିତ ବର୍ଷ ଭାରତରେ ମହଙ୍ଗା ଦର ଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ଦେଶରେ ଗହମ ଦର ବଢ଼ିଛି। ଏହାବାଦ୍ ଗତ ୨ ମାସ ହେଲା ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବାରୁ ଏହା ଗହମ ଉତ୍ପାଦନକୁ ପ୍ରଭାବିତ କରୁଛି।

ତେଣୁ ନିଜ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଭାରତ ସରକାରଙ୍କୁ ଏଥର ରପ୍ତାନୀ ଉପରେ କଟକଣା ଲଗାଇବା ପରି କଠୋର ପଦକ୍ଷେପ ଉଠାଇବାକୁ ପଡ଼ିଛି। ଭାରତର ଏପରି ପ୍ରତିବନ୍ଧକ ଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ଲୋକଙ୍କ ଖାଦ୍ୟ ସଙ୍କଟ ସମସ୍ୟା ସୃଷ୍ଟି ହେବ। ଆମେରିକା ସହ ଜି-୭ ରାଷ୍ଟ୍ର ଭାରତ ନିଜର ନିଷ୍ପତ୍ତି ପରିବର୍ତ୍ତନ କରୁ ବୋଲି ଦାବି କରିଛି । ହେଲେ ଚୀନ କିନ୍ତୁ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: