ଛୋଟ ଆଳୁରେ ତିଆରି କରନ୍ତୁ ଚଟପଟା ଆଇଟମ

ଛୋଟ ଆଳୁରେ ତିଆରି କରନ୍ତୁ ଚଟପଟା ଆଇଟମ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଏବେ ଆଳୁ ଅମଳର ଋତୁ। ବଜାରକୁ ବିଭିନ୍ନ ପ୍ରକାର ଆଳୁ ଆସିଥାଏ। ବିଭିନ୍ନ ପ୍ରକାର ଆଳୁ ମଧ୍ୟରୁ ସବୁଠୁ ଅଧିକ ସ୍ୱାଦିଷ୍ଟ ଛୋଟ ବା ଗଳି ଆଳୁ ହୋଇଥାଏ। ଯାହାକୁ ବେବି ପଟାଟୋ ମଧ୍ୟ କୁହାଯାଏ। ଏହାକୁ ଅନେକ ଭାଜି ଖାଇଥାନ୍ତି, କେହି କେହି ଗୋଟା ଭଜା କରିଥାନ୍ତି। କେହି କେହି ସାଧା ତରକାରୀ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହି ଛୋଟ ଆଳୁରେ ପ୍ରସ୍ତୁତ ଏକ ସ୍ଵାଦିଷ୍ଟ ଖାଦ୍ୟ ତିଆରି ବିଷୟରେ ଜଣେଇବୁ। ତାହା ହେଉଛି ବେବି ପଟାଟୋ ବା ଛୋଟ ଆଳୁ ମସଲାର ସ୍ୱାଦିଷ୍ଟ ରେସିପି। ତେବେ ଚାଲନ୍ତୁ ଜାଣିବା କିପରି ତିଆରି କରିବେ ବେବି ପଟାଟୋ ମସଲା …

ଆବଶ୍ୟକ ସାମଗ୍ରୀ:-୫୦୦ ଗ୍ରାମ୍‌ ଛୋଟ ଛୋଟ ସିଝା ଆଳୁ, ଦୁଇଟି ପିଆଜ ଛୋଟ ଛୋଟ କଟା, ଅଳ୍ପ ଅଦା ରସୁଣ ପେଷ୍ଟ, ଅଳ୍ପ କଟା ଧନିଆ ପତ୍ର, ୨-୩ ଟା ଶୁଖିଲା ଲଙ୍କା, ୨ ଚାମଚ ଜିରା, ୧ ଚାମଚ ପାନମଧୁରୀ, ୧ ଚାମଚ ଧନିଆ, ୧ ଛୋଟ ଚାମଚ ଗୋଲମରିଚ, ୧ ଛୋଟ ଚାମଚ ଆମଚୁର ପାଉଡର, ଚିମୁଟାଏ ହେଙ୍ଗୁ, ୧ ଚାମଚ ଲେମ୍ବୁ ରସ, ସ୍ୱାଦାନୁସାରେ ଲୁଣ, ହଳଦୀ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଏକ ପ୍ୟାନ୍‌ରେ ଶୁଖିଲା ଲଙ୍କା, ଧନିଆ, ଗୋଲମରିଚ ଓ ଜିରା ପକାଇ ୨ ମିନିଟ୍‌ ଭାଜନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ପୂରା ଗୁଣ୍ଡ କରି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲରେ ହେଙ୍ଗୁ ଓ ଜିରା ପକାଇ ସାମାନ୍ୟ ଭାଜନ୍ତୁ। ଏବେ ଏଥିରେ ପିଆଜ, ଅଦା ରସୁଣ ପେଷ୍ଟ ପକାଇ ଭଲଭାବେ କସାନ୍ତୁ। ଏହା ଟିକେ ବ୍ରାଉନ ରଙ୍ଗର ହେବା ବେଳକୁ ଛୋଟ ସିଝା ଆଳୁ,ଲୁଣ, ହଳଦୀ ଗୁଣ୍ଡ ଗୁଣ୍ଡ ହୋଇ ରହିଥିବା ମସଲା ପକାଇ ଘାଣ୍ଟନ୍ତୁ। ଯଦି ଆବଶ୍ୟକ ପଡୁଛି ଅଳ୍ପ ପାଣି ବୁଲେଇ ଗୋଳେଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ଓ ଲେମ୍ବୁ ରସ ମିଶାଇ ଭଲଭାବେ ଗୋଳାନ୍ତୁ। ଏବେ ପ୍ରସ୍ତୁ ହୋଇଗଲା ଚଟପଟା ବେବି ପଟାଟୋ ମସଲା । ଆପଣ ଏହାକୁ ରୁଟି, ପରଟା କିମ୍ବା ଭାତ ସହ ଖାଇ ପାରିବେ। ବ୍ରେଡ୍ ସହ ମଧ୍ୟ ଏହା ଖାଇବା ସ୍ଵାଦିଷ୍ଟ ହୋଇଥାଏ। ଆପଣ ଏହାକୁ ବିନା ପିଆଜ ରସୁଣ ଉପବାସରେ କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: