ଫିଲ୍ମ ପ୍ରମୋସନ ବେଳେ ଅସୁସ୍ଥ ହେଲେ ବାବୁସାନ୍‌

ଫିଲ୍ମ ପ୍ରମୋସନ ବେଳେ ଅସୁସ୍ଥ ହେଲେ ବାବୁସାନ୍‌

ପ୍ରିଜମ ନ୍ୟୁଜ ବ୍ୟୁରୋ:ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ୍‌ ପାଇଁ ଲଦାଖ ଯାଇଥିଲେ । ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା । କୁହାଯାଉଛି କି ତାଙ୍କର ଅକ୍ସିଜେନ୍‌ କମି ଯାଇଥିଲା ।ତେବେ ସେ ଭୁବନେଶ୍ୱର ଫେରି ଆସିବା ପରେ ତାଙ୍କୁ ତୁରନ୍ତ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ସେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି । ଏହି ଖବର ସହ ସେ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବୁସାନଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାବୁସାନ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଏବେ ସେ ସୁସ୍ଥ ଅଛନ୍ତିଭର୍ତ୍ତି୫ ଜଣିଆ ଡାକ୍ତର ଟିମ ତାଙ୍କୁ ଚିକିତ୍ସା କରୁଛନ୍ତି ବୋଲି ଜଣା ପଡିଛି। ତେବେ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଦୁଃଖର ଛାୟା ଖେଳି ଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: