କେବଳ ପବନ ପାଇଁ ଜନଶୂନ୍ୟ ହୋଇଗଲା ସହର

କେବଳ ପବନ ପାଇଁ ଜନଶୂନ୍ୟ ହୋଇଗଲା ସହର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହାକି ବିଭିନ୍ନ କାରଣରୁ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କେତେକ ସ୍ଥାନ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ହେଲେ ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି। ଦିନେ ହରଭରା ରହିଥିବା ଏହି ସ୍ଥାନଟି ଆଜି ଅଭିଶପ୍ତ ହୋଇ ପଡ଼ିଛି। ସ୍ଥାନୀୟ ସରକାର ଏହି ସ୍ଥାନଟିକୁ ଅଗଷ୍ଟ ୩୧ରେ ମାନଚିତ୍ରରୁ ହଟାଇ ଦେଇଛନ୍ତି। ଏଠାରୁ ସମସ୍ତ ଲୋକ ଅନୁତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ଏହି ସ୍ଥାନଟି ହେଉଛି ଅଷ୍ଟ୍ରେଲିଆର ଓ୍ବିଟେନମ ମାଇନିଂ ଟାଉନ। ଏହାର କାରଣ ହେଉଛି ବର୍ତ୍ତମାନ ଏହି ସ୍ଥାନ ମଣିଷମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଏହାକୁ ସବୁଦିନ ପାଇଁ ଖାଲି କରି ଦିଆଯାଇଛି। ବର୍ତ୍ତମାନ ଏହାକୁ ଅଷ୍ଟ୍ରେଲିଆର ଚେର୍ନୋବିଲ କୁହାଯାଉଛି। ଏହି ସହରର ବାୟୁ ଏତେ ବିଷାକ୍ତ ହୋଇଯାଇଥିଲା ଯେ, ଏଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଏହି କାରଣରୁ ସମସ୍ତ ବାସିନ୍ଦାଙ୍କୁ ସହରରୁ ହଟାଇ ଦିଆଯାଇ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି।

ଓ୍ବିଟେନମ ବନ୍ଦ ଅଧିନିୟମ ଅନୁଯାୟୀ, ଅଗଷ୍ଟ ୩୧ ସୁଦ୍ଧା ଲୋକମାନେ ସହର ଖାଲି କରିବାକୁ ଏକ ନିର୍ଦ୍ଦେଶ ପାଇଥିଲେ। ଲୋକଙ୍କୁ ନିଜେ ସହର ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ୧୯୪୩ ପରଠାରୁ ଅନେକ ପରିବାର ଏହି ସହରରେ ବସବାସ କରିବା ଆରମ୍ଭ କରିଥିଲେ। ଏହା ଏକ ଖଣି ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ ଲିକ୍‌ ହେଉଥିଲା। ଏହି କାରଣରୁ ଧୀରେ ଧୀରେ ଅନେକ ଲୋକଙ୍କ ଜୀବନ ଯାଉଥିଲା। କ୍ଷତି ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ୧୯୬୬ରେ ଓ୍ବିଟେନମ ଖଣି ବନ୍ଦ କରିଦିଆଯାଇଥିଲା। ସୂଚନାନୁସାରେ, ଅନେକ ଲୋକଙ୍କ ଜୀବନ ଯିବାପରେ ମଧ୍ୟ ସେଠାରେ ରହୁଥିବା ଲୋକମାନେ ମଧ୍ୟ ଏହି ଅଞ୍ଚଳ ଖାଲି କରି ନଥିଲେ।

ଫଳସ୍ବରୂପ, ଏଠାରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଲୋକ ପ୍ରାଣ ବିଷାକ୍ତ ବାୟୁ କାରଣରୁ ହୋଇଥିଲା। ଅଧ୍ୟୟନ ଅନୁଯାୟୀ, ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ପ୍ରତ୍ୟେକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହାପରେ ୨୦୦୬ ମସିହାରେ, ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଥିଲେ ଯେ ଏହି ଓ୍ବିଟେନମ ଟାଉନ ମ୍ୟାପ୍‌ରୁ ହଟାଇବେ। ଏବଂ ଏଠାରେ ରହୁଥିବା ଲୋକଙ୍କୁ ଟାଉନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ୨୦୦୭ରେ ଲାଗୁ କରାଯାଇଥିଲା। ଯାହାକି ଅଗଷ୍ଟ ୩୧ ଅର୍ଥାତ୍‌ ଗତ ବୁଧବାର କାର୍ଯ୍ୟକାରୀ ହେବା ସହ ଏହି ସହର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: