ଖୁବଶୀଘ୍ର ଇରଫାନଙ୍କ ଶେଷ ଫିଲ୍ମ

ଖୁବଶୀଘ୍ର ଇରଫାନଙ୍କ ଶେଷ ଫିଲ୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ ବୋଲି ଫିଲ୍ମର ନିର୍ଦ୍ଦେଶକ ପୀୟୂଶ ଶାହ କହିଛନ୍ତି ।

୨୯ ଏପ୍ରିଲରେ ରିଲିଜ କରିବା ପାଇଁ ଚାହିଁଥିଲେ ମଧ୍ୟ ହଲ ଖାଲି ନ ଥିବାରୁ ଏହା ସମ୍ଭବପର ହୋଇ ନ ଥିଲା ବୋଲି ସେ କହିଛନ୍ତି ।୨୯ ଏପ୍ରିଲ ୨୦୨୦ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଇରଫାନ ମାତ୍ର ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ବିୟୋଗରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ହାସିଲ, ମକବୁଲ, ପାନ ସିଂ ଟୋମାର, ପିକୁ, ଲଂଚବକ୍ସ, ତଲୱାର ପରି ଫିଲ୍ମ କରି ଇରଫାନ ତାଙ୍କ ଛାପ ଛାଡି ଯାଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: