ଶୀତକାଳୀନ ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୋଲିସ ଡିଜି

ଶୀତକାଳୀନ ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୋଲିସ ଡିଜି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସୁରକ୍ଷା ବ୍ୟାବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟାବସ୍ଥା ରହିବ । ବିଧାନସଭା ଭିତରେ ଓ ବାହାରେ ଏବଂ ଲୋୟର ପିଏମଜିରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ମୋଟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୬ ଜଣ ଆଡିସନାଲ ଏସପି, ୧୧ଏସିପି,୧୧ ଇନ୍ସପେକଟର ଓ ୬୨ଅଫିସର ମୁତୟନ କରାଯିବା । ସମ୍ଭାବ୍ୟ ବଡ଼ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ଓଏଏସଫ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ହେବେ । ଏହାସହିତ ବମ୍ ଓ ଡଗ୍ ସ୍କାର୍ଡ, ରୁଫ୍ ଟପ୍ ସିକ୍ୟୁରିଟି ସହ ବନ୍ଧୁକଧାରୀ ସୁରକ୍ଷାକର୍ମୀ ବିଧାନସଭା ଚାରିପାଖରେ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି । ଏହାସହ ବିଧାନସଭା ଭିତର, ବାହାର ପରିସର ସହ ପିଏମଜି ପର୍ଯ୍ୟନ୍ତ ସିଲ୍ କରାଯାଇଛି। ଜୟଦେବ ଭବନରୁ କେଶରୀ ଟକିଜ ଓ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତାକୁ ନୋ ମ୍ୟାନ ଲ୍ୟାଣ୍ଡ ଜୋନ ଭାବରେ ଘୋଷଣା କରାଯାଇଛି । ସେପଟେ ଆତ୍ମାହୁତି ହେଉ ବା ବିକ୍ଷୋଭ ପ୍ରଦର୍ଶନ, ରାଜନୈତିକ ବିରୋଧ ହେଉ କି ରାଜନେତାଙ୍କ ଅନଶନ, ବିଧାନସଭା ଚାଲୁଥିବା ସମୟରେ ଏସବୁ ଉପରେ ପୋଲିସ ନଜର ରଖିବ। ଏହାସହ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଟ୍ରେଣ୍ଡ ରୋକିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି । ଅସନ୍ତୋଷ ଜାହିର କରି ଆତ୍ମାହୂତି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ବୁଝାଇ କିପରି ସମସ୍ୟା କରିହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନେ ଦାବି କୁରିଥିବା ବିଷୟ ଉପରେ ଆଲୋକପାତ କରି କିପରି ଜିଲ୍ଲାରେ ହିଁ ତାଙ୍କ ସମାଧାନ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ଏସପିଙ୍କୁ କହିଛନ୍ତି । ଯେପରି ଏଥର ବିଧାନସଭା ସମ୍ମୁଖରେ ଆତ୍ମାହୂତି ପ୍ରସଙ୍ଗ ନ ଆସେ ସେଥିପ୍ରତି ସଯାଗ ରହିବାକୁ କହିଛନ୍ତି ।ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବନ୍ଧୁକଧାରି ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ ହୋଇଛି । ବିଧାନସଭା ଚାରିପଟେ ଥିବା ସର୍ବସାଧାରଣ ରାସ୍ତା ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କେବଳ ଲୋକସେବା ଭବନ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଏହି ରାସ୍ତାରେ ଯାଇପାରିବେ । ଏଥର ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ। ଯେଉଁଥିରେ ୨୬ ଟି କର୍ଯ୍ୟଦିବସ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: