ସଂକ୍ରମଣ ଭୟ ବଢୁଛି; ଦୁଇ ଦିନ ପରେ ଲାଗୁ ହେବ ନୂଆ କଟକଣା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଉପରମୁହାଁ କରୋନା ସଂକ୍ରମଣକୁ ନେଇ ଚିନ୍ତିତ ଥିବା ରାଜ୍ୟ ସରକାର ଆଗାମୀ ୨୬ ତାରିଖରୁ ଲାଗୁ କରିବାକୁ ଯାଉଛନ୍ତି ନୂଆ କଟକଣା ।

ମହାମାରୀକୁ ମାତ୍ ଦେବା ପାଇଁ କୋଭିଡ୍ କଟକଣାକୁ କଠୋର କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି ଯେ,ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମ ରହିବ । ଅର୍ଥାତ ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ସଂଖ୍ୟା ୫ ଶହ ଲୋକ ଉପସ୍ଥିତ ରହିବାକୁ ନିୟମ ଥିଲା। ଏବେ ସେ ସଂଖ୍ୟାକୁ ୨ ଶହକୁ ହ୍ରାସ କରାଯାଇଛି।

ସେହିଭଳି ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ମିଳିବ। ବାହାଘର, ଶୁଦ୍ଧିକାଯର୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ କରାଯିବ। ଯଦି କୌଣସି ଅତିଥି ମାସ୍କ ପିନ୍ଧି ନଥିବେ, ତାହା ଆୟୋଜକ ଯୋଗାଇ ଦେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏହି ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି।

%d bloggers like this: