ପଞ୍ଜାବରେ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍

ପଞ୍ଜାବରେ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍। ଆଜି ମୋହାଲି ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ଏହା ପୂର୍ବରୁ ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ । ସେ କହିଛନ୍ତି ଲୋକଙ୍କ ଭୋଟ ଦ୍ଵାରା ଏହା ଘୋଷଣା ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୨୦ ଲକ୍ଷ ଲୋକ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆପ୍ ପାଖକୁ ପଠାଇଥିଲେ । ଏହାକୁ ଆଧାର କରି କେଜ୍ରିୱାଲ ପଞ୍ଜାବ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପଞ୍ଜାବରେ ଏଥର ଆପ ସରକାର ଗଠନ କରିବ। ‘ଅନ୍ୟ ଦଳ ନିଜ ଝିଅ, ବୋହୂ ବା ନିଜ ଘରର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛନ୍ତି । କିନ୍ତୁ ଆପ୍ ସେପରି କରୁନାହିଁ । ଭଗୱନ୍ତ ମୋ ସାନ ଭାଇ । କିନ୍ତୁ ମୁଁ ସିଧାସଳଖ ତାଙ୍କ ନାଁ ଦେଇଥିଲେ ସମ୍ପର୍କକୁ ନେଇ ଅଭିଯୋଗ ଆସିଥାନ୍ତା । କିନ୍ତୁ ସାଧାରଣ ଲୋକେ ହିଁ ଭଗୱନ୍ତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଏଥିପାଇଁ ଏହି ନିଷ୍ପତ୍ତିି ଲୋକଙ୍କ ଭୋଟିଂକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି କହିଛନ୍ତି।’ପଞ୍ଜାବରେ ୨୦ ଫେବୃଆରୀରେ ଭୋଟ୍‌ ଗ୍ରହଣ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: