ରାଜଧାନୀରେ ଆର୍ଟ ଅଫ ଗିଭିଂ

ରାଜଧାନୀରେ ଆର୍ଟ ଅଫ ଗିଭିଂ

ପ୍ରିଜମ ନ୍ୟୁଜ ବ୍ୟୁରୋ: କାହାକୁ କିଛି ଦେବା ପାଇଁ ଦିନ ଆବଶ୍ଯକ ନାହିଁ। ନା ଆବଶ୍ଯକ ଅଛି କୌଣସି ବସ୍ତୁ, ଟଙ୍କା , ପଇସା। ଲୋକସଭା ସାଂସଦ ଡ଼. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ କାର୍ଯ୍ୟକ୍ରମ ଆର୍ଟ ଅଫ୍ ଗିଭିଂ ର ନବମ ବାର୍ଷିକୀ “ହୋପ୍,ହାପିନେସ୍ ଓ ହାର୍ମୋନିର ବାର୍ତ୍ତା ବିଶ୍ଵ ବ୍ୟାପି ପାଳିତ ହୋଇଯାଇଛି। ରାଜଧାନୀ ଭୁବନେଶ୍ଵରରେ ମଧ୍ଯ ବିଭିନ୍ନ ସ୍ଥାନ ଯଥା ଆଦର୍ଶ ସରସ୍ୱତୀ ନଗର , ଆମ୍ବ ତୋଟା ନଗର , କନ୍ୟାଶ୍ରମ ଇତ୍ୟାଦି ପାଳିତ ହୋଇଯାଇଛି। ଏହାର ମଂଗ ଧରିଥିଲେ, ଡ.ସାମନ୍ତଙ୍କ ଠାରୁ ପ୍ରତ୍ୟହ ପ୍ରେରଣା ପାଉଥିବା ଯଥା ତାଙ୍କୁ ଗୁରୁ ଓ ମାର୍ଗ ଦର୍ଶକ ମାନୁଥିବା ଜଣାଶୁଣା ଯୁବ ସମାଜସେବୀ କିର୍ତ୍ତୀମାନ ରାଉତରାୟ ।

ଏହି ଅବସରରେ ସ୍ଥାନେ ସ୍ଥାନେ କୁନି କୁନି ପିଲା ମାନଙ୍କ ମଧ୍ଯରେ ପାଠ୍ୟ ଉପକ୍ରମ, ଶୁଖିଲା ଖାଦ୍ୟ ଓ ଚାରା ବିତରଣ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ଯୁବ ସଂଗଠକ, ମହିଳା ଓ ବୁଦ୍ଧିଜୀବୀ ଯୋଗଦାନ କରି ଡ.ସାମନ୍ତଙ୍କ ସମାଜ କଲ୍ୟାଣ କାରି ପଦକ୍ଷେପ ଗୁଡିକର ପ୍ରଶଂସା କରିବା ସହ ସାଧୁବାଦ ଜ୍ଞାପନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: