ଘାଟିରେ ପୁଣି ଟାର୍ଗେଟ୍ କିଲିଂ,ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା

ଘାଟିରେ ପୁଣି ଟାର୍ଗେଟ୍ କିଲିଂ,ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଜାମ୍ମୁ -କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଘଟିର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ସୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରିଛନ୍ତି ଆତଙ୍କବାଦୀ । ରକ୍ତାକ୍ତ ଅବସ୍ଥାରେ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ନେଇ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରି ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ। ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ତାଙ୍କ ବାସ ଭବନ ନିକଟରେ ପୁରଣକୁ ଗୁଳି କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।ତେବେ ଏହା ପୂର୍ବରୁ ମେ ୧୨ତାରିଖରେ ଆତଙ୍କବାଦୀ ବୁଡଗାମର ରାଜସ୍ୱ ବିଭାଗ ଅଫିସ୍ ଭିତରେ ପଶି କାର୍ଯ୍ୟରତ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଯାହାପରେ ପ୍ରତିବାଦ ଶାଣିତ ହୋଇଥିଲା । ସେବେଠୁ ଟାର୍ଗେଟ୍ କିଲିଂ ଭୟରେ ପ୍ରାୟ ୫ ହଜାର କାଶ୍ମୀର ପଣ୍ଡିତ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି । ଭ୍ୟାଲିରେ ସ୍ଥିତି ନ ସୁଧୁରିବା ଯାଏ ସେମାନଙ୍କୁ ଜମ୍ମୁକୁ ସ୍ଥାନାନ୍ତରଣ କରିବାକୁ ଦାବି ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: