ଗୁଡ ମର୍ଣ୍ଣିଂ କହି ଟ୍ରୋଲ ହେଲେ ବିଗ୍ ବି

ଗୁଡ ମର୍ଣ୍ଣିଂ କହି ଟ୍ରୋଲ ହେଲେ ବିଗ୍ ବି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅମିତାଭ ବଚ୍ଚନ ଜଣେ ଏମିତି ଅଭିନେତା ଯିଏ ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡିହୋଇ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ନିକଟରେ ଅଭିନେତାଙ୍କ ସହ ଏପରି କିଛି ଘଟିଲା ଯେ ଯେଉଁଥିପାଇଁ ଲୋକମାନେ ତାଙ୍କୁ ଟ୍ରୋଲ ହିଁ କଲେ । ଏହି ବରିଷ୍ଠ ଅଭିନେତାଙ୍କୁ ତାଙ୍କର ଏକ ଟ୍ବିଟ୍ ପାଇଁ ଲୋକେ ଟ୍ରୋଲ କଲେ ।

ଅଭିନେତା ଅମିତାଭ ବଚ୍ଚନ ଦିନ ୧୧ଟା ୨୬ରେ ସମସ୍ତଙ୍କୁ ସକାଳର ଶୁଭକାମନା ଜଣାଇଥିଲେ । ଅମିତାଭ ପୋଷ୍ଟ କରିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ବିଳମ୍ବରେ ଉଠିବା ପାଇଁ ଟ୍ରୋଲର୍ସ ତାଙ୍କୁ କଟାକ୍ଷ କରିଥିଲେ । ସେ ଏହିଭଳି ଅନେକ କମେଣ୍ଟର ବ୍ୟକ୍ତିଗତ ଭାବେ ଜବାବ ଦେଇଥିଲେ । ଏହାର ଖୁଲାସା କରିଥିଲେ ଯେ ସେ ରାତିସାରା କାମ କରୁଥିଲେ ।

ସୋସିଆଲ ମିଡିଆରେ ଜଣେ ୟୁଜର ପଚାରିଥିଲେ, ‘ଆଜି ବହୁତ ବିଳମ୍ବରେ ଉତୁରିଲା, ଲାଗୁଛି ଦେଶୀ ପିଇ ଆସିଥିଲ ।’ ଏହି କମେଣ୍ଟର ଉତ୍ତର ଦେଇ ଅମିତାଭ କହିଛନ୍ତି ଯେ, ସେ ନିଜେ ପିଅନ୍ତି ନାହିଁ, ଯଦିଓ ସେ ଏହା ସହ ଅନ୍ୟମାନଙ୍କର ମନୋରଞ୍ଜନ କରନ୍ତି ।ଅନ୍ୟ ଜଣେ ଲେଖିଥିଲେ, ‘ଆପଣଙ୍କୁ ଲାଗୁନାହଁ ଯେ ଆପଣ ଖୁବ୍ ଶୀଘ୍ର ଶୁଭ ସକାଳ କାମନା କରିଛନ୍ତି ?’ ଯେଉଁଥିରେ ଅଭିନେତା ଉତ୍ତର ଦେଇଥିଲେ, ‘ମୁଁ ଅପମାନ ପାଇଁ କୃତଜ୍ଞ । କିନ୍ତୁ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି, ଶୁଟିଂ ଆଜି ସକାଳେ ଶେଷ ହୋଇଥିଲା । ମୁଁ ଉଠିବାକୁ ବିଳମ୍ବ କଲି, ତେଣୁ ମୁଁ ଯେତେ ଶୀଘ୍ର ସମ୍ଭବ ମୋର ଶୁଭେଚ୍ଛା ପଠାଇଲି । ଯଦି ଏହା ଆପଣଙ୍କୁ ଦୁଃଖ ଦେଇଛି ତେବେ ମୁଁ କ୍ଷମା ମାଗୁଛି ।’ଆଉ ଜଣେ ୟୁଜର ଲେଖିଥିଲେ, ‘ଆରେ ବୁଢା ମଧ୍ୟାହ୍ନ ହୋଇଗଲାଣି’ । ଅମିତାଭ ଜବାବ ଦେଇ ଲେଖିଥିଲେ, ‘ମୁଁ ପ୍ରାର୍ଥନା କରୁଛି ଯେ ଆପଣ ଦୀର୍ଘାୟୁ ହୁଅନ୍ତୁ କିନ୍ତୁ ଆପଣଙ୍କୁ କେହି ବୁଢା ବୋଲି କହି ଆପଣଙ୍କୁ ଅପମାନିତ ନ କରନ୍ତୁ ।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: