କମ୍ ନିଦ୍ରା ହୋଇପାରେ ମୃତ୍ୟୁର କାରଣ

କମ୍ ନିଦ୍ରା ହୋଇପାରେ ମୃତ୍ୟୁର କାରଣ

ପ୍ରିଜମ ନ୍ୟୁଜ ବ୍ୟୁରୋ:କାର୍ଯ୍ୟ ବ୍ୟସ୍ତତା କିମ୍ବା ଅନ୍ୟ କିଛି କାରଣରୁ ଆପଣ କମ ସମୟ ସୋଇଛନ୍ତି କି? ହୋଇ ଯାଆନ୍ତୁ ସାବଧାନ। କମ୍ ନିଦ୍ରା ପାଇଁ ପଡିପାରନ୍ତି ବଡ ବିପଦରେ। କମ୍ ନିଦ୍ରାରୁ ହୃଦରୋଗ ହୋଇପାରେ ବୋଲି ଜଣାପଡିଛି। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ ଆସୋସିଏସନ । ପୂର୍ବରୁ ୭ଟି କାରଣ ପାଇଁ ହେଉଥିଲା ହୃଦରୋଗ। ସେଗୁଡିକ ଭିତରେ ନିକୋଟିନ ସେବନ, ଶାରିରୀକ ପରିଶ୍ରମ, ଡାଏଟ, ଓଜନ ବୃଦ୍ଧି , ରକ୍ତ ସର୍କରା, କୋଲେଷ୍ଟ୍ରଲ ଓ ରକ୍ତ ଚାପ ହୃଦରୋଗର ମୁଖ୍ୟ କାରଣ ଥିଲା। ଏବେ କମ ନିଦ୍ରା ହୃଦରୋଗର ଏକ ନୂଆ କାରଣ ବୋଲି ଆମେରିକାନ ହାର୍ଟ ଆସୋସିଏସନ ତଥ୍ୟରେ ପ୍ରକାଶ କରିଛି।

କେବଳ ଧୂମ୍ରପାନ ଓ ହାଇ କ୍ୟାଲୋରୀ ଖାଦ୍ୟ ନୁହେଁ ନିଦ୍ରା ମଧ୍ୟ ହାର୍ଟ ସମସ୍ୟା ସୃଷ୍ଟି କରିପାରେ। ବୟସ୍କମାନେ ସୁସ୍ଥ ହୃଦୟ ପାଇଁ ୭ରୁ ୯ ଘଣ୍ଟା ଓ ଶିଶୁମାନେ ତା’ଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। ୬ ଘଣ୍ଟାରୁ କମ ଶୋଉଥିବା ଲୋକମାନଙ୍କ ପାଖରେ ମେଦବହୁଳତା, ରକ୍ତଚାପ, ଟାଇପ ୨ ଡାଇବେଟିସ ଓ ଖରାପ ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଦେଖାଯାଏ। ବିଶ୍ୱର ବହୁ ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଭାରତରେ ହୃଦରୋଗରେ ଲକ୍ଷେରେ ୨୭୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ଜଣାପଡିଛି। ଏହାସହ କମ ନିଦ୍ରା ଅବସାଦ ଭଳି ଗୁରୁତର ରୋଗରେ ପକାଇଥାଏ ବୋଲି ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: