ଘରେ ବନାନ୍ତୁ ସ୍ଵାଦିଷ୍ଟ ଆଳୁ ପନିର ଟିକ୍କା

ଘରେ ବନାନ୍ତୁ ସ୍ଵାଦିଷ୍ଟ ଆଳୁ ପନିର ଟିକ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଆଳୁ ପନିର ମିଶାଇ ଆପଣ ଅନେକ ପ୍ରକାର ଖାଦ୍ୟ ତିଆରି କରିଥିବେ ବା ଖାଇଥିବେ ହେଲେ କେବେ ଆଳୁ ପନିର ଟିକା ଖାଇଛନ୍ତି କି? ଏହା ଅତି ସ୍ଵାଦିଷ୍ଟ ଏବଂ ଚଟପଟା ମଧ୍ୟ। ପନିର ସହ ସବୁବେଳେ ଆଳୁ ଖୋଜୁଥିବା ଲୋକଙ୍କ ପାଇଁ ଏହା ବେଷ୍ଟ୍ ଅପ୍ସସନ୍ କହିଲେ ଭୁଲ ହେବନି। ତେବେ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ ପନିର ଆଳୁ ଟିକ୍କା । କାରଣ ଏହାର ରେସିପି ବହୁତ ସହଜ ଓ ଏହା ଖୁବ କମ ସମୟରେ ମଧ୍ୟ ପ୍ରସ୍ତୁତ କରି ହେବ । ଆପଣ ଘରକୁ ଆସୁଥିବା ଅତିଥିଙ୍କ ପାଇଁ ମଧ୍ୟ ଏହା ପରସି ପାରିବେ। ତାହେଲେ ଆସନ୍ତୁ ଜାଣିବା ଘରେ କିପରି ଅତି ସହଜରେ ପ୍ରସ୍ତୁତ କରିବେ ପନିର ଆଳୁ ଟିକ୍କା ।

ଆବଶ୍ୟକ ସାମଗ୍ରୀ:

ପନିର ୨୫୦ ଗ୍ରାମ, ସିମଲା ଲଙ୍କା, ସିଝା ଆଳୁ ବଡବଡ ୨ଟି, ଅଦା, ଟମାଟୋ , ଦହି, ଲୁଣ, ଧନିଆ ପତ୍ର , ୨/୩ଟି କଞ୍ଚା ଲଙ୍କା , ଲେମ୍ବୁ ଓ ବଟର, ଗୋଲମରିଚ ।

ପ୍ରସ୍ତୁତି ପ୍ରଣାଳୀ:

ଆଳୁ ପନିର ଟିକ୍କା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମୋଟା ମୋଟା କରି ଚାରିକୋଣିଆ ଆକାରରେ ପନିରକୁ କାଟି ଦିଅନ୍ତୁ । ଏବେ ଟମାଟୋ, ଆଳୁ ଏବଂ ସିମଲା ଲଙ୍କାକୁ ମଧ୍ୟ ସେହିପରି ଭାବେ କାଟି ରଖନ୍ତୁ । ଏହାପରେ ଅଦା ଓ କଞ୍ଚାଲଙ୍କାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦହି, ସ୍ୱାଦ ଅନୁସାରେ ଲୁଣ ଓ ଲେମ୍ବୁରସ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏଥିରେ ପନିର ଓ ସବୁ ପରିବା ପକାଇ ଗୋଳାଇ ଅଧ ଘଣ୍ଟା ପାଇଁ ଫ୍ରିଜରେ ରଖିଦିଅନ୍ତୁ । ତାପରେ ଏକ ଷ୍ଟିକ ଆଣି ସେଥିରେ ପନିର, ସିମଲା ଲଙ୍କା ଟମାଟୋ ଓ ଆଳୁକୁ ଗୋଟି ଗୋଟି କରି ଟିକ୍କା ପରି ସଜାନ୍ତୁ ଓ ତା ଉପରେ ବଟର ଲଗାଇ ଦିଅନ୍ତୁ । ଶେଷରେ ଏହାକୁ ଓଭନ କିମ୍ବା ତନ୍ଦୁରରେ ମଧ୍ୟମ ଆଞ୍ଚରେ ବେକ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆଳୁ ପନିର ଟିକ୍କା। ଏହାକୁ ଗରମ ଗରମ ବିଭିନ୍ନ ଚଟଣି ସହିତ ଆପଣ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: