ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ଉନ୍ମୋଚନ କଲେ ରାଜ୍ୟପାଳ

ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ଉନ୍ମୋଚନ କଲେ ରାଜ୍ୟପାଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ‘ମୋ ଡାକ ଟିକେଟ’ ରବିବାର ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ ଥିଲେ। ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନି ଅମାନ୍ଯ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ଦ୍ବାରା ବେଆଇନି ଘୋଷିତ ହୋଇଥିବା ଅଳକା ଆଶ୍ରମର ବର୍ଷବ୍ଯାପୀ ଶତାବ୍ଦୀ ସମାରୋହ ଚଳିତ ବର୍ଷ ପାଳନ କରାଯାଉଛି। ଏହି ଅବସରରେ ଡାକ ଟିକେଟ ଉନ୍ମୋଚନ କରାଯାଇଛି।

ଡାକଟିକେଟ ଉନ୍ମୋଚନ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା| ଶ୍ରୀ ରାଉତଙ୍କ ଆବାହକତ୍ଵରେ ଓ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶତବାର୍ଷିକୀ ସମାରୋହକୁ ଅତ୍ୟନ୍ତ ସ୍ମରଣୀୟ କରିବା ପାଇଁ ତାଙ୍କର ମତ ରଖିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ଯୋତିଷ ଚନ୍ଦ୍ର ଦାସ, ପ୍ରଶାସକ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ରବି ନାରାୟଣ ଷଡଙ୍ଗୀ, ଆଲୋକ ରଞ୍ଜନ ଦାସ, ପ୍ରଶାନ୍ତ ଦାସ, ପ୍ରବୋଧ ପଟ୍ଟନାୟକ, ହେମନ୍ତ ରଥ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ପ୍ରଣବ କୁମାର ଦେ, ସୁବୋଧ ଚନ୍ଦ୍ର ନାୟକ, ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ହେମନ୍ତ କୁମାର ନାୟକ, ଡଃ ଲଲିତ କୁମାର ଲେଙ୍କା, ଡଃ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ତାଙ୍କର ମତାମତ ରଖିଥିଲେ।

ଶ୍ରୀପଞ୍ଚମୀ ୨୦୨୨ ରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୦୨୩ ମସିହା ଶ୍ରୀପଞ୍ଚମୀ ଅବସରରେ ଉଦଯାପିତ ହେବ। ଏହାର ସମାବର୍ତ୍ତନ ଉତ୍ସବ ଦେଶର ତଥା ରାଜ୍ୟର ଅନେକ ବିଶିଷ୍ଟ ବ୍ଯକ୍ତିତ୍ବଙ୍କ ସମେତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗାନ୍ଧୀ ଅନୁଗାମୀଙ୍କ ଭବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: