ଐତିହାସିକ ଅଳକା ଆଶ୍ରମ ଶତବାର୍ଷିକୀର ସ୍ବତନ୍ତ୍ର ସଂଗୀତ ଲୋକାର୍ପିତ

ଐତିହାସିକ ଅଳକା ଆଶ୍ରମ ଶତବାର୍ଷିକୀର ସ୍ବତନ୍ତ୍ର ସଂଗୀତ ଲୋକାର୍ପିତ

ପ୍ରିଜମ ନ୍ୟୁଜ ବ୍ୟୁରୋ:୧୫୩ ତମ ଗାନ୍ଧୀଜୟନ୍ତୀ ଅବସରରେ ଓଡ଼ିଶାରେ ଗାନ୍ଧୀବାଦର ଆଦ୍ଯପୀଠ ଅଳକା ଆଶ୍ରମର ଶତବାର୍ଷିକୀ ସମାରୋହ ପାଇଁ ଏକ ସ୍ବତନ୍ତ୍ର ସଂଗୀତ ‘ହେ ଅଳକା ଆଶ୍ରମ, ଘେନ ଆମ ଶତ ପ୍ରଣାମ’ ଲୋକାର୍ପିତ ହୋଇଛି। ଯାହାର ସଙ୍ଗୀତ ରଚନା କରିଛନ୍ତି ଲାଲ ସଂଗ୍ରାମ ରାୟ, କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଶିତଳକବି ଓ ପିଣ୍ଟୁ ଦାସ, ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ସ୍ମୃତି ରଞ୍ଜନ ଦାସ ଓ ସଂଯୋଜନା କରିଛନ୍ତି ରବିନାରାୟଣ ଷଡଙ୍ଗୀ। ଏଥି ସହିତ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଭୁବନେଶ୍ବର ସ୍ଥିତ ଗୀତଗୋବିନ୍ଦ ସଦନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଆବାହକ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ, ବିଶିଷ୍ଟ ବ୍ଯକ୍ତିତ୍ବ ଓ ଯୁବ ସମାଜସେବୀ ଯୋଗଦେଇ ଏହି ବର୍ଷବ୍ଯାପୀ ଐତିହାସିକ ଶତାବ୍ଦୀ ସମାରୋହର ରୂପରେଖ ବିଷୟରେ ବିଷଦ ଆଲୋଚନା କରିଥିଲେ। ଏହି ବୈଠକକୁ ସୋମନାଥ ପରିଡା, ସୁରେଶ କୁମାର ମଲ୍ଲିକ, ରବିନାରାୟଣ ଷଡଙ୍ଗୀ ଓ ଅନ୍ୟ ସଭ୍ୟମାନେ ପରିଚାଳନା କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: